Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରେ ଦେଢ କୋଟି ଟଙ୍କାର ଗଂଜେଇ ଜବତ, ୩ ମାଫିଆ ଗିରଫ

ପାରଳାଖେମୁଣ୍ଡି:୧୦/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରେ ଦେଢ କୋଟି ଟଙ୍କାର ଗଂଜେଇ ଜବତ କରିଛି ପୋଲିସ, ଚାଲାଣରେ ସମ୍ପୃକ୍ତ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଘଟଣା ସ୍ଥଳରୁ ପୋଲିସ୍ ଏକ କଣ୍ଟେନର ଓ ଦୁଇଟି କାର ଜବତ କରିଛି l ମୋହନା ଥାନା ପୋଲିସ କମଳାପୁରା ନାକା ଗେଟ୍ ରେ ପେଟ୍ରୋଲୀଙ୍ଗ କରୁଥିବା ସମୟରେ ସନ୍ଦେହରେ କଣ୍ଟେନରକୁ ଯାଞ୍ଚ କରିଥିଲା l ଯାଞ୍ଚ୍ ବେଳେ କଣ୍ଟେନରର ସିକ୍ରେଟ ଚାମ୍ବରରୁ ପୋଲିସ ୭ କୁଇଣ୍ଟାଲ୍ ୫୮ କେଜି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଦୁହେଁ ଉତ୍ତର ପ୍ରଦେଶ ର ମହମ୍ମଦ ଅଲ୍ଲୀ ଓ ତସଲିମ୍ ଖାଁ। ସେହିପରି ଆର.ଉଦୟଗିରି ପୋଲିସ ରାମଗିରି ଓ ଛେଳିଗଡ ନିକଟରେ ଏକ ବାଲେନୋ ଓ ଇନୋଭା କାରରୁ ୨ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି l ଚାଲାଣରେ ସମ୍ପୃକ୍ତ ରାମଗିରି ର ସୁଧାଂଶୁ କରାଡ଼ କୁ ଗିରଫ କରିଛି । ଉଭୟ ସ୍ଥାନରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ କୋଟିତୁ ଉର୍ଦ୍ଧ୍ବ ହେବ । ଅଡବା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିହାର ଓ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି l ଏ ନେଇ ଗଜପତି ଏସପି ସ୍ଵାତୀ ଏସ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

More Stories