Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ ଟାଙ୍ଗିଆ ଚୋଟରେ ମାଆ ମୃତ

ଦେବଗଡ଼: ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି । ମୃତ ମହିଳା ହେଲେ କୁନ୍ତଳା କିଷାନ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ।

ଗତକାଲି ରାତିରେ କୁନ୍ତଳାଙ୍କ ସହ ପୁଅ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ସୁରେଶ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଘଟଣା ସଂପର୍କରେ ଜାଣିପାରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories