Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲାର “ଆକାଂକ୍ଷା” ମହିଳା ସଂଗଠନ ଅ ପକ୍ଷରୁ ରଜ ପର୍ବ ପାଳିତ ।

ପାରଳାଖେମୁଣ୍ଡି:୧୬/୬(ଗରୁଡ଼ ଧ୍ଵଜ ଚୌଧୁରୀ)ରଜ ପର୍ବ ପାଇଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ଅନୁଷ୍ଠାନ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ନୂଆ କେରାଣ୍ଡି ଗ୍ରାମ ସ୍ଥିତ ଉଡ ଗ୍ରୀନ ପାର୍କ ପରିସରରେ ରଜ ପର୍ବ ଅତି ଧୁମଧାମରେ ପାଳିତ ହୋଇଯାଇଛି ।ଏହି ରଜପର୍ବ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମେତ ନୂଆ କେରଣ୍ଡି , ବି: ସିତାପୂର୍ , ଦେବିତି ଓ ଯାଜପୁର ଗ୍ରାମର ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ରଜପର୍ବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥିଲେ ।ମହିଳା ଓ ଯୁବତୀ ମାନେ ନାଲି ଅଳତା ପରସ୍ପର ମଧ୍ୟରେ ଲଗାଇବା ହେବା ସହ ହାତରେ ମେହେନ୍ଦି ମଧ୍ୟ ଲଗା ହୋଇଥିଲା।ପରେ ସାଜସଜ୍ଜା ହୋଇଥିବା ରଜ ଦୋଳିରେ ଜଣକ ପରେ ଜଣେ ବସି ରଜ ଗୀତ ଗାଇ ତାର ମଜା ନେଇଥିଲେ । ଆମ୍ବଗଛର ବନ୍ଧା ଓ ଲୁହା ଫ୍ରେମ ବନ୍ଧା ରଜ ଦୋଳିରେ ବସି ସମସ୍ତେ ମଜା ନେଇଥିଲେ ।ଏହି ଅବସରରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ପ୍ରକାରର ମିଠାପାନ , ସୁଜି କାକରା , ପୋଡ଼ ପିଠାପଣା ପ୍ରଭୃତିରେ ପରସ୍ପର ମଧ୍ୟରେ ଆପ୍ୟାୟିତ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲାଟା ପାଣିଗ୍ରାହୀ ଓ ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ ନେତୃତ୍ୱ ନେଇ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

More Stories