Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ବ୍ଲକ ଭାଲିଆଗୁଡ଼ା ଗ୍ରାମରେ ଭିଣୋଇର ବନ୍ଧୁକ ଗୁଳିରେ ଶଳା ମୃତ

ପାରଳାଖେମୁଣ୍ଡି:୧୬/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି. ପୂର୍ବ ଶତ୍ରୁତାକୁ ନେଇ ଭିଣୋଇ ନିଜ ଶଳାକୁ ବନ୍ଧୁକରେ ଗୁଳି କରି ହତ୍ୟା କରିଥିବା ଘଟଣା ସମଗ୍ର ଗଜପତି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି. ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଭାଲିଆଗୁଡ଼ି ଗ୍ରାମର କୈଳାଶ ନାୟକଙ୍କୁ ପୂର୍ବ ଶତ୍ରୁତା ଯୋଗୁଁ ଉଦୟ ନାୟକ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି. ମୃତ କୈଳାଶ ନିଜ ଭିଣୋଇ ଉଦୟ ଗୁଳି କରି ଶଳାକୁ ହତ୍ୟା କରିଛନ୍ତି. ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି. ଶଳା ଉଦୟ ନାୟକ ଭାଲିଆଗୁଡ଼ି ଗ୍ରାମ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ ଭିଣୋଇ ଉଦୟ ନାୟକ ପୂର୍ବ ରାଗର ପ୍ରତିଶୋଧ ପାଇଁ ନିଜ ବନ୍ଧୁକରୁ ଗୁଳି ଚଳାଇ ଥିଲେ. ଏଥିରେ ଶଳା କୈଳାଶର ଛାତିରେ ଭିଣୋଇ ଉଦୟଙ୍କ ଦେଶୀ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ବାଜିବା ଯୋଗୁଁ ଘଟଣା ସ୍ଥଳରେ ଉଦୟ ଟଳି ପଡ଼ିଥିଲେ. ଘଟଣା ନେଇ ପୋଲିସ ଜାଣିବା ପରେ ଉଦୟକୁ ଗିରଫ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ଖବର ମିଳିଛି. ପୋଲିସ କହିଛି ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି. ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକକୁ ପୋଲିସ ଜବତ କରିଥିବା ମଧ୍ୟ ସୂଚନା ମିଳିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ