Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ସମ୍ବାଦ ସାହିତ୍ୟ ଘରର ଦ୍ୱାଦଶ ବାର୍ଷିକୋତ୍ସବ ଏବଂ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୬(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସମ୍ବାଦ ସାହିତ୍ୟ ଘରର ଦ୍ୱାଦଶ ବାର୍ଷିକୋତ୍ସବ ଏବଂ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଏଡିସନ୍ \”ସମ୍ବାଦ\” ର ବାର୍ତ୍ତା ବିଭାଗ ସହ ସମ୍ପାଦକ ଶ୍ରୀ ମନୋଜ ସାମଲ ଯୋଗ ଦେଇ ସାହିତ୍ୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଗୋଟିଏ ଛାତ ତଳେ ସାହିତ୍ୟିକ ଓ ସାହିତ୍ୟ ପାଠକ ମାନଙ୍କୁ ଏକାଠି କରି ସାହିତ୍ୟ , ଭାଷା ଓ ସଂସ୍କୃତି ଉପରେ ବିସ୍ତୃତ ଆଲୋଚନା କରି ସାହିତ୍ୟର ଅଭିବୃଦ୍ଧି କରିବା ନେଇ ସାହିତ୍ୟ ସମ୍ବାଦ ଘର ସୃଷ୍ଟିର ପରିକଳ୍ପନା ବୋଲି କହିଥିଲେ ।ସେହିଭଳି ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଉପାନ୍ତପ୍ରହାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର‌୍ୟ୍ୟକ୍ରମରେ ସଭାପତିତ୍ବ କରି ରଜ ପର୍ବର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ସାହିତ୍ୟ କଣ ଏବଂ ଉପାନ୍ତ ଅଞ୍ଚଳରେ ନିଜର ସାହିତ୍ୟ , ଭାଷା ଓ ସଂସ୍କୃତି ଅଭିବୃଦ୍ଧି ଉପରେ ଏ ସବୁକୁ ନେଇ ବିସ୍ତୃତ ଭାବେ ଆଲୋଚନା , ସଭା ସମିତି ହେବା ଆବଶ୍ୟକତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟ କ୍ରମରେ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସ୍ଥିତ ସମ୍ବାଦ ସାହିତ୍ୟ ଘର\’ର ସଭାପତି ଶ୍ରୀ ନୀଳକଣ୍ଠ ସାହୁ , ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ଶ୍ରୀ ସୌଦାଗର ସିଅ, ସମ୍ବାଦ ଗଜପତି ଜିଲ୍ଲା ପ୍ରତିନିଧି ଶ୍ରୀ ଶ୍ରୀକାନ୍ତ ମହାରଣା ଓ ଶ୍ରୀ ଦେବାଶିଷ ପାଢ଼ୀ ପ୍ରମୁଖ ଯୋଗ ଦେଇ ରଜୋତ୍ସବ ଓ ସମ୍ବାଦ ସାହିତ୍ୟ ଘରର ଆଭିମୁଖ୍ୟ ଓ ତାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସରରେ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଆଶାଲାତା ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ସୁଶ୍ରୀ ସ୍ୱେତା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମସ୍ତ କବିତା ଗୁଡ଼ିକର ସଂଯୋଜନା କରିଥିଲେ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ଓ ସୁଶ୍ରୀ ସ୍ନେହା ବେହେରା । ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ୩୦ ଟିରୁ ଅଧିକ ସ୍ବରଚିତ କବିତା ଗୁଡ଼ିକ କବି ଓ କବୟିତ୍ରୀ ମାନେ ବିଭିନ୍ନ ଢ଼ଙ୍ଗରେ ପାଠ କରିଥିଲେ । ସମସ୍ତ କବିତା ପାଠକ ପାଠିକା ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ବଣ୍ଟନ କରା ଯାଇଥିଲା ।ପାରଳାଖେମୁଣ୍ଡି ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂପାଦକୀୟ ଆଲୋଚନା କରିବା ସହ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସଭା କାର୍ଯ୍ୟକ୍ରମ ଶେଷରେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟ କ୍ରମ ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ପାରମ୍ପରିକ ଓଡ଼ିଆ ରଜ ପିଠା ତଥା ସୁଜି କାକରା ପରିବେଷଣ କରା ଯାଇଥିଲା ।ସମସ୍ତ କାର୍ଯ୍ୟ କ୍ରମକୁ ଭାରତ ଭୁଷଣ ମହାନ୍ତି , ବିନୋଦ ଚନ୍ଦ୍ର ଜେନା , ଶଶି ଭୂଷଣ ପଟ୍ଟନାୟକ , ବିଷ୍ଣୁ ପଣ୍ଡା , ମନୋଜ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ , ମୁରଲୀ ପରିଛା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ