Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୨/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବିଏନ:(ବୃନ୍ଦାବନ) ପ୍ୟାଲେସ ପରିସରରେ ଥିବା ରଙ୍ଗମଞ୍ଚ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ସଂସ୍କୃତିର ମହାପର୍ବ ଏହି ଯୋଗାଭ୍ୟାସ ସମାରୋହ ସଭାରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ସଭାପତିତ୍ବରେ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗାସନ ଆବଶ୍ୟକତା ଉପରେ କହି ଏହା କିଭଳି ମାନସିକ ସ୍ୱାସ୍ଥ୍ୟ ସହ ଶାରୀରିକ , ସାମାଜିକ ଓ ଭୌଗୋଳିକ ପ୍ରଭୃତି କ୍ଷେତ୍ରରେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏହାର ବହୁତ୍ ବଡ ଅବଦାନ ରହିଛି କହିଥିଲେ ।ଅନ୍ୟପକ୍ଷରେ ଆଜିର ବର୍ତ୍ତମାନ ଯଦି ଠିକ୍ ନ ହେବ , ତା ହେଲେ ସେଠାରେ ତାର ଭବିଷ୍ୟତ ଠିକ୍ ହେବନି । ପ୍ରତ୍ୟେକେ ଛୁଆ ଆଜିର ବର୍ତ୍ତମାନ । ଏକ ସୁନ୍ଦର ଓ ସୁସ୍ଥ ଭବିଷ୍ୟତ ପାଇଁ ଆଜିର ବର୍ତ୍ତମାନକୁ କିଭଳି ଆମେ ଠିକ୍ ରଖିପାରିବା , ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ । ତେଣୁ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ହିଁ ନିଜର ସ୍ୱାସ୍ଥ୍ୟ ସହିତ ସମାଜ ଓ ପ୍ରକୃତିର ସ୍ୱାସ୍ଥ୍ୟକୁ ଆମେ ଠିକ୍ ତଥା ସୁସ୍ଥ ରଖିପାରିବା ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ବିଶିଷ୍ଟ ସାହିତ୍ୟିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଯୋଗଗୁରୁ ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।ସମାରୋହର ସଚେତନତା ସଭା କାର‌୍ୟ୍ୟକ୍ରମ ପରେ ସଂସ୍କୃତିର ମହାପର୍ଵ ସମୂହ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ଶ୍ରୀ ବିଘ୍ନେଶ୍ୱର ଦାସ ଏବଂ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଦ୍ଵାରା ଉପସ୍ଥିତ ମଞ୍ଚାସିନ ଅତିଥି , ସମ୍ଭର୍ଦ୍ଧିତ ପ୍ରତିଭା , ସରକାରୀ ଅଧିକାରୀ ଓ କର୍ମଚାରୀ , ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜନସାଧାରଣଙ୍କୁ ଯୋଗ ପ୍ରାର୍ଥନା ସହ ବିଭିନ୍ନ ପ୍ରକାରର ସହଜ ଯୋଗ , ପ୍ରାଣାୟାମ ଏବଂ ଧ୍ୟାନ ପ୍ରଭୃତି ଉପରେ ଅଭ୍ୟାସ କରାଇବା ସହ ସେ ସମ୍ପର୍କରେ ଉପାଦେୟ ସୁଫଳ ଉପଶମ ଉପରେ ସୂଚନା ଦେଇଥିଲେ ।

ପରେ ଶାନ୍ତି ପାଠ ସହ ସମୂହ ସଂକଳ୍ପ ତଥା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ଜଣଙ୍କୁ ଯଥା:- ପାରଳାଖେମୁଣ୍ଡି ସହରର ସର୍ବଶ୍ରୀ ଅନାଦି ଚରଣ ପାଣିଗ୍ରାହୀ , ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା , ସଙ୍ଗୀତ ଗୁରୁ ରଘୁନାଥ ପାତ୍ର , ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ , ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସମେତ ମୋହନା ବ୍ଲକର ପୂଜାସ୍ଵିନି ନାୟକ , ଗୁମ୍ମା ବ୍ଲକର ସ୍ୱେତାସ୍ଵିନି ଶବର ଏବଂ ନୂଆଗଡ ବ୍ଲକର ରଙ୍କ ମଣ୍ଡଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟଅତିଥି ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ଏହି ଅବସରରେ ଯୋଗଗୁରୁ ଶ୍ରୀ ବିଘ୍ନେଶ୍ୱର ଦାସ , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରା ହୋଇଥିଲା ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପରିଷଦ ସିଡିଓ: ଡ଼ଃ ଗୁଣନିଧି ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ