Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂତନ ଭାବେ ଶାସନ କୁ ଆସିଥିବା ବିଜେପି ସରକାର ଆମ ଗ୍ରାମର ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଅନ୍ତୁ

ପାରଳାଖେମୁଣ୍ଡି:୨୨/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗତ ସରକାରଙ୍କୁ ବହୁ ଵାର ଦାବି, ଅନୁରୋଧ, ନିବେଦନ ଆଦି ବାରମ୍ବାର କରିବା ପରେ ସୁଦ୍ଧା ଆମର କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ. ବର୍ତ୍ତମାନ ସେହି ପୁରୁଣା ସରକାର ନାହାନ୍ତି. ନୂତନ ସରକାର ଆସିଛନ୍ତି. ବିନମ୍ରତାର ସହ ଆମ ସମସ୍ୟା ଗୁଡିକୁ ନେଇ ନୂତନ ସରକାରଙ୍କୁ ନିବେଦନ କରୁଛୁ ବୋଲି ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବାରୁସିଂ ଗ୍ରାମବାସୀ ନିବେଦନ କରିଛନ୍ତି. ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ. ଏହି ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅଧିକାଂଶ ବସବାସ କରନ୍ତି। ଏମାନଙ୍କ ଉନ୍ନତି ପାଇଁ ଗଜପତି ଜିଲ୍ଲାରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ, ଡ଼ିଆରଡ଼ିଏ ସହ ବହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗ କାର୍ଯ୍ୟକାରୀ ହୋଇଆସୁଅଛି । ଏହାଛଡ଼ା ବିଭିନ୍ନ ସରକାରୀ ବିଭାଗ ମଧ୍ୟ କାମ କରୁଥିବା ବେଳେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି. ଏହି ବ୍ଲକର ବାରୁସିଂ ଗ୍ରାମବାସୀଙ୍କ ପାଇଁ ବିକାଶ ପାଲଟିଛି ସାତସପନ. ଏମାନଙ୍କ ପାଇଁ ରାସ୍ତା ଏବଂ ପିଇବା ପାଣି ମୁଖ୍ୟ ସମସ୍ୟା ହୋଇରହିଛି. ଗ୍ରାମ ଠାରୁ ୫ କିମି ଦୂରରେ ଥିବା ଏକ କୂଅ ଓ ପାହାଡ଼ର ନାଳ ପିଇବା ପାଣି ପାଇଁ ଏକମାତ୍ର ଭରସା ଅଟେ. ପ୍ରତେକ ଦିନ ପାଦ ଚଲାରେ ୧୦ କିମି ଦୁର୍ଗମ ପାହାଡ଼ ଦେଇ ଏମାନଙ୍କୁ ଯିବା ଆସିବା କରିବାକୁ ପଡେ. ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ଅଧିନସ୍ଥ ବାରୁସିଂ ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତିଯେ, ଆମ ଗ୍ରାମରେ ୪୫ ରୁ ୫୦ ଆଦିବାସୀ ପରିବାର ବସବାସ କରନ୍ତି। ଲୋକ ସଂଖ୍ୟା ହେଲା ୧୮୦ ପାଖାପାଖି। ଭାରତ ସ୍ୱାଧୀନତା ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛୁ. ହେଲେ ସରକାରଙ୍କ ନିୟମ ଅନୁଯାୟୀ ୧୫୦ ରୁ ଉର୍ଦ୍ଧ ପରିବାର ନଥିବା ଦର୍ଶାଇ ଏହି ଗ୍ରାମକୁ ପକ୍କା ରାସ୍ତା ହୋଇପାରୁନାହିଁ. ଏହି ଅଞ୍ଚଳଟି ଜଙ୍ଗଲ ଘେରା ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା।ସନ୍ଧ୍ୟା ହେଲେ ଗାଁ ନିକଟକୁ ଜଙ୍ଗଲୀ ଜୀବଜନ୍ତୁ ଚାଲିଆସନ୍ତି।ଏଥିସହ ଗାଁର ପାଠପଢ଼ୁଥିବା ଛାତ୍ରଛାତ୍ରୀ ବର୍ଷା ଦିନରେ ଯିବାଆସିବାରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି. ଗଜପତି ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଆମ ଦୁଃଖ ସମସ୍ୟା ଜଣାଇ ଥକି ପଡି ଗଲୁ. ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ. ଏତିକିରେ ସରି ନାହିଁ ଗାଁର ଦୁଃଖ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳଯୋଗାଣ। ଏହି ଗାଁରେ ଗୋଟିଏ ବି ନଳକୂପ ଖନନ କରାଯାଇନାହିଁ। ୫କିମି ଦୂରରେ ପାହାଡ଼ ତଳେ ଗୋଟିଏ କୂଅ ଓ ୨୦ ପୁଟ ଗଭୀର ତଳେ ଦୁଇ ପଥର ମଧ୍ୟରେ ପାହାଡିଆ ନାଳର ପାଣି ଏକମାତ୍ର ସାହା. ଖରା, ବର୍ଷା ଓ ଶୀତ କାକରରେ ପ୍ରତେକ ଦିନ ଆମ ଗ୍ରାମର ମହିଳାମାନେ ବଣର ହିଂସ୍ର ଜନ୍ତୁ ରହିଥିବା ପାହାଡିଆ ଅଞ୍ଚଳକୁ ପାଣି ଆଣିବା ପାଇଁ ୧୦ କିମି ଯିବା ଆସିବା କରିବାକୁ ପଡେ. ଏହିପରି ଅନେକ ଅସୁବିଧା ଓ ସମସ୍ୟା ମଧରେ ଆମ ଗ୍ରାମର ସମସ୍ତ ଗ୍ରାମବାସୀ ଦୁଃଖ ଯନ୍ତ୍ରଣା ଭୋଗୀ ଆସୁଛୁ. ବର୍ତ୍ତମାନର ନୂତନ ସରକାର ଆମ ସମସ୍ୟା ନେଇ ଦୃଷ୍ଟି ଆକାଷଣ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏମାନେ ନିବେଦନ କରିଛନ୍ତି.

More Stories