Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧପାରି-ମୁଷାନାଳ ରାସ୍ତାରେ ବାଇକରୁ ପଡ଼ି ଯୁବକଙ୍କ ଗୋଡ଼ ଭାଙ୍ଗିଲା

କଳାହାଣ୍ଡି, ୨୪/୦୬-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି-ମୁଷାନାଳ ରାସ୍ତା କେନ୍ଦୁଗୁଡା ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ଗୋଡ଼ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ କାନକୁଟ୍ରୁ ପଞ୍ଚାୟତ ଟକଲାସୁର ଗାଁର ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ