Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜନାଥ ସିଂ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ପଜିଟିଭ୍। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସଂକ୍ରମିତ ହେବା ପରେ ସେ ନିଜକୁ ସଙ୍ଗରୋଧରେ ରଖିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରାଜନାଥ ସିଂଙ୍କର କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି।

ଏଥିସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି ଯେ ତାଙ୍କ ସଂସପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷ କରୋନା ଟେଷ୍ଟ କରାଇ ନିଅନ୍ତୁ। ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ତେବେ ଆଜି ମନ୍ତ୍ରୀ ଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡର ସମ୍ମିଳନୀରେ ଯୋଗଦେଇଥାନ୍ତେ। କିନ୍ତୁ ଆକ୍ରାନ୍ତ ଯୋଗୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି ଜଣାପଡ଼ିଛି। ବୁଧବାର ସେ ଆର୍ମି କମାଣ୍ଡର୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ଯେଉଁଥିରେ ସେନା ମୁଖ୍ୟ ଜେନେରାଲ ଏବଂ ଅନ୍ୟ ବରିଷ୍ଠ ସେନା ଅଧିକାରୀଙ୍କ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ