Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରଟ୍ କୋର୍ଟଙ୍କ ନିଷ୍ପତ୍ତିରେ ଗାନ୍ଧୀ ପରିବାରର ଗର୍ବ ଭାଙ୍ଗିଛି- ସମ୍ବିତ ପାତ୍ର

ନୂଆଦିଲ୍ଲୀ: ମାନହାନୀ କେସରେ ସୁରଟ ସେସନ୍ସ କୋର୍ଟରେ ଆବେଦନ ଖାରଜ ହେବା ରାହୁଲ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି। ଏହା ପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରାଯାଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିରେ ଓବିସି ବର୍ଗ ଏବଂ ଭାରତର ସାଧାରଣ ଜନତାଙ୍କ ବିଜୟ ଘଟିଛି। ଏଥିରେ ଗାନ୍ଧୀ ପରିବାରର ବର୍ଗଙ୍କ ଗର୍ବ ଚୁର୍ଣ୍ଣ ହୋଇଛି।

ସମ୍ବିତ ପାତ୍ର କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି, ଆଜିର ନିଷ୍ପତ୍ତିରେ ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ସମ୍ବିଧାନର ରାଜ ରହିଛି, ପରିବାରର ନୁହେଁ। କୌଣସି ବି ପରିବାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ପାରିବ ନାହିଁ। କଂଗ୍ରେସର ତୃଷ୍ଟୀକରଣ ରାଜନୀତି ଚାଲିବ ନାହିଁ। କର୍ଣ୍ଣାଟକ ଏବଂ ସମଗ୍ର ଦେଶ ଏହା ବେଶ ଭଲ ଭାବେ ବୁଝି ପାରୁଛନ୍ତି। ଯେଉଁ ପଛୁଆ ବର୍ଗ ପାଇଁ ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ ଏବଂ ଗାଳି କରିଥିଲେ ତାର ପରିଣାମ ଦେଖିବାକୁ ମିଳିଛି। ଗାନ୍ଧୀ ପରିବାର ଭାବୁଥିଲେ ଆମେ ଏଥିରୁ ବର୍ତ୍ତିଯିବୁ। କୋର୍ଟଙ୍କ ନିଷ୍ପତ୍ତି ଗାନ୍ଧୀ ପରିବାର ମୁହଁ ଉପରେ ଶକ୍ତ ଚାପୁଡା। ଆଜି ସୁରଟ କୋର୍ଟରୁ ପ୍ରମାଣିତ ହୋଇଛି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ।

କଂଗ୍ରେସ ନେତା ତଥା ମିଡିଆ ପ୍ରଭାରୀ ଜୟରାମ ରମେଶ ଟ୍ଵିଟ୍ କରି ଲେଖିଛନ୍ତି, ଆମେ ଆଇନ ଅନୁସାରେ ଉପଲବ୍ଧ ସମସ୍ତ ବିକଳ୍ପର ଉପଯୋଗ କରିବୁ। ମାମଲାରେ ଅଭିଷେକ ମନୁ ସିଙ୍ଗଭି ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ