Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଗଜପତି: ବାହାରକୁ ଯାଇ କାମ କରି ପରିବାର ପାଇଁ ଦୁଇ ପଇସା ରୋଜଗାର ଆଶାରେ ଦାଦାନ ଯାଇଥିଲେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଅଜୟ ସିଂ । ମହାରାଷ୍ଟ୍ରକୁ ଯାଇ ସେଠାର କାମ କରୁଥିଲେ । ଘରୁ ଯିବାର ମାସେ ହୋଇଛି ତାଙ୍କ କ୍ଷତାକ୍ତ ମୃତଦେହ ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ଉଦ୍ଧାର କରାଯାଇଛି । ତେବେ କେଉଁ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଅଜୟଙ୍କୁ ହତ୍ୟା କରି ଟ୍ରେନ ଲାଇନରେ ପକାଇ ଦିଆଯାଇଛି ନା ଦୁର୍ଘଟଣାରେ ତାଭ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟରା ତଦନ୍ତ କରୁଛି।

ଅନ୍ୟପକ୍ଷରେ ଅଜୟଙ୍କ ପରିବାର ଲୋକଙ୍କ ପାଖରେ ପୁଅର ମୃତଦେହ ମୁମ୍ବାଇରୁ ଘରକୁ ଆଣିବାକୁ ସମ୍ବଳ ନାହିଁ । ମୃତଦେହକୁ ଫେରିଇ ଆଣିବାକୁ ଅଜୟଙ୍କ ମାଆ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ।

ମୃତ ଶ୍ରମିକଙ୍କ ମାଆ କହିଛନ୍ତି, ପେଟ ପାଟଣା ପାଇଁ ମୋ ପୁଅ ବାହାରକୁ କାମକୁ ଯାଇଥିଲା । ମୋ ପୁଅର ମୃତଦେହ ମୋ ଘରକୁ ଫେରାଇ ଆଣନ୍ତୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ