Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ, ଯୋଗୀ, ସଲମାନ୍‌ , ଶାହାରୁଖ୍‌ଙ୍କ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌ ମାର୍କ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ତଥା ଦେଶର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଟ୍ବିଟର ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି। ଶାହରୁଖ ଖାନ, ସଲ୍‌ମାନ ଖାନ୍‌ ଅମିତାଭ ବଚ୍ଚନ, ଆଲିଆ ଭଟ, ସିଏମ ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅନ୍ୟ ବି-ଟାଉନ ସେଲିବ୍ରିଟିମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦିଆଯାଇଛି।ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି।

ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଟ୍ୱିଟର ସମସ୍ତ ଆକାଉଣ୍ଟରୁ ଲିଗାସି ଭେରିଫାଏଡ୍ ବ୍ଲୁ ଟିକ୍ ହଟାଇ ଦେଇଛି। ବର୍ତ୍ତମାନଠାରୁ, କେବଳ ପେଡ୍ ଟ୍ୱିଟର ବ୍ଲୁ ଭେରିଫିକେସନ୍ ସେବାରେ ସବସ୍କ୍ରାଇବ୍ ହୋଇଥିବା ଆକାଉଣ୍ଟରେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମରେ ନୀଳ ଟିକ୍ ରହିବ, ଯାହାକୁ ଆଧୁନିକ ଦୁନିଆର “ଟାଉନ୍ ସ୍କୋୟାର” ଭାବରେ ବର୍ଣ୍ଣନା କରାଯାଇଛି।

ଏଲନ ମୋସ୍କ ଟ୍ୱିଟରକୁ କିିଣିବା ପରେ ବ୍ଲୁ ବ୍ୟାଚକୁ କମର୍ସିଆଲ ବା ପେଡ୍ ଭର୍ସନ କରିଦେଇଛନ୍ତି। ଅର୍ଥାତ୍ ଯେକେହି ଏହି ବ୍ଲୁ ଟିକ୍ ନିଜ ଆକାଉଣ୍ଟରେ ଲଗାଇପାରିବ କିନ୍ତୁ ଏଥିପାଇଁ ପଇସା ଦେବାକୁ ହେବ। ଏବେ ଟ୍ବିଟର ତିନି ପ୍ରକାର ବ୍ୟାଚ ପ୍ରଦାନ କରୁଛି। ଗୋଟିଏ ଗ୍ରେ, ଦ୍ବିତୀୟଟି ଓରେଞ୍ଜ ତୃତୀୟଟି ବ୍ଲୁ ବ୍ୟାଚ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ