Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡିରେ ବାହୁଡା ଯାତ୍ରାରେ ପ୍ରବଳ ଜନ ସମାଗମ

ପାରଳାଖେମୁଣ୍ଡି:୧୬/୭(ଗରୁଡ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ତିନି ଠାକୁରଙ୍କୁ ପହଣ୍ଡି କରି ୩ ଗୋଟି ରଥକୁ ନିଆ ଯାଇଥିଲା. ଏହାପରେ ପାରଳାଖେମୁଣ୍ଡି ରାଜଜେମା କଲ୍ୟାଣୀ ଗଜପତି ତିନି ଗୋଟି ରଥରେ ପହଞ୍ଚି ପୂଜା ପାଠ କରି ଛେରା ପହଁରା କରିଥିଲେ. ଏହାପରେ ତିନି ଗୋଟି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ତିନି ଗୋଟି ରଥ ଆଜି ପାରଳା ରାଜଦଣ୍ଡର ମଧ୍ୟ ଭାଗରେ ଅଟକି ରହିବ ବୋଲି ସୂଚନା ମିଳିଛି. ଆଜିର ଏହି ବାହୁଡା଼ ଯାତ୍ରାରେ ଅନ୍ୟ ସମସ୍ତ ଦିନ ଅପେକ୍ଷା ଦକ୍ଷିଣ ଓଡିଶା ପଡୋଶୀ ଆନ୍ଧ୍ରରୁ ବହୁ ସଂଖ୍ୟାରେ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ