Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ର ରେ ୩ ସନ୍ତାନ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି:୧୭/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦରେ ଜଣେ ମହିଳା ୩ ଗୋଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି. ଏହି ତିନି ଗୋଟି ସନ୍ତାନଙ୍କୁ ମହିଳା ଜଣକ ପ୍ରସବ କରିବା ପରେ ୩ ଟି ସନ୍ତାନ ବିରଳ ପ୍ରସବକୁ ଦେଖିବା ପାଇଁ ଡାକ୍ତରଖାନା ପରିସରରେ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା. ଏହି 3 ଗୋଟି ସନ୍ତାନଙ୍କୁ ପ୍ରସବ ଦେବା ପରେ ମାଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଥିବାବେଳେ ୩ ଟି ସନ୍ତାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ. ୩ ଗୋଟି ଶିଶୁକୁ ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଆର. ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ ପଞ୍ଚାଯତ ସୁଗୁବା ଗ୍ରାମର ମହିଳା ଚନ୍ଦ୍ରିକା ମଣ୍ଡଳ I ସେ ୨ ଟି ଶିଶୁ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମହିଳା ଜଣକ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ପ୍ରକାରେ ସୁଗୁବା ଗାଁର ସୁଶାନ୍ତ ମଣ୍ଡଳଙ୍କ ପତ୍ନୀ ଚନ୍ଦ୍ରିକାଙ୍କୁ ସୋମବାର ମଧ୍ୟାହ୍ନରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଚନ୍ଦ୍ରଗିରି ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ସେ ୩ ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତ ୩ ଶିଶୁ ସୁସ୍ଥ ଥିବାବେଳେ ମା ଚନ୍ଦ୍ରିକା ଗୁରୁତର ଅସୁସ୍ଥ ହୋଇଛନ୍ତି | ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡ଼ା. ଜୟପ୍ରକାଶ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l