Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୮/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ଗଜପତି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ଅଧ୍ୟକ୍ଷତା କରି ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ,ଜିଲ୍ଲା ପରିଷଦ ଗଜପତି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ଶ୍ରୀ ଦିଲ୍ଲୀପ କୁମାର ବେହେରା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ଆଲୋକ ରଞ୍ଜନ ରାୟ,ଅଧ୍ୟକ୍ଷ,ପୋଲିସ ୟୁନିଟ ଗଜପତି,ଶ୍ରୀ କିଶୋର କୁମାର ନ୍ୟାୟ,ଜୁଭେନାଲ ଜଷ୍ଟିସ ବୋର୍ଡ ପାରଳାଖେମୁଣ୍ଡି ,ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର, ଅଧ୍ୟକ୍ଷ,ଶିଶୁ ମଙ୍ଗଳ ସମିତି, ଗଜପତି, ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି କୁ କିପରି ରୋକାଯାଇ ପାରିବ ତାହା ଉପରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥାଗ୍ରହଣ କରାଯାଇଥିଲା।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଚଳିତ ଦଶମ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ଛାତ୍ରଛାତ୍ରଙ୍କୁ ସମ୍ବର୍ଦ୍ଧିତ କରଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିବା ସହିତ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l