Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକରୁ ପଡ଼ି ମିଶନ ଶକ୍ତି ସିଆର୍‌ପି ଆହତ

କଳାହାଣ୍ଡି,୨୦/୦୭-ଅଫିସ କାମରେ ବିଶ୍ୱନାଥପୁର ଆସି ନିଜ ଘର ଲାଞ୍ଜିଗଡ଼ ଫେରୁଥିବାବେଳେ ବାଇକ୍‌ରୁ ଖସି ପଡ଼ି ଆହତ ହୋଇଛନ୍ତି ଲାଞ୍ଜିଗଡ଼ ପଂଚାୟତ ମିଶନଶକ୍ତିର ସିଆର୍‌ପି ବାସନ୍ତୀ ସ୍ୱାଇଁ । ଆଜି ଅପରାହ୍ନରେ ସେ ନିଜର ଜଣେ ସଂପର୍କୀୟଙ୍କ ସହିତ ବିଶ୍ୱନାଥପୁରରୁ ଏକ ବାଇକ୍‌ରେ ଲାଞ୍ଜିଗଡ଼ ଫେରୁଥିବାବେଳେ ଭାରସାମ୍ୟ ହରାଇ ବାଇକ୍‌ରୁ ଖସିପଡ଼ି ଆହତ ହୋଇଛନ୍ତି ଶ୍ରୀମତୀ ସ୍ୱାଇଁ । ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା। ଚିକିତ୍ସା ପରେ ତାଙ୍କ ଅବସ୍ଥା ସୁଧୁରୁଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories