Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚମ୍ପାଦେଇପୁରଠାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି,୨୨/୦୭-ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜିଠାରୁ ପୁଣିଥରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଦ୍ୱାରା ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଆଜି ଚମ୍ପାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାପ୍ତାହିକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଏପିଇଓ ସଞ୍ଜିତ କୁମାର ପରିଡା, ଯୋଗାଣ ଅଧିକାରୀ ଦିଲିପ କୁମାର ନାୟକ, ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାର ସିଂହ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଶମତ ମାଝୀ, ମତ୍ସ୍ୟ ଅଧିକାରୀ ଦେବବ୍ରତ ନାଏକ, ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ଲିଙ୍ଗରାଜ ସେଠୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିବାକର ପ୍ରଧାନ, ବନବିଭାଗ ପକ୍ଷରୁ ସୁରେଶ ରାଉତ, ଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣାଙ୍କ ସମେତ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଅଂଚଳବାସୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ନାଏବ ସରପଞ୍ଚ ଭାନୁମତୀ ଘଡେଇ, ବିଶ୍ୱନାଥପୁର ପିଇଓ ପ୍ରମୋଦ ସାହୁ, ଚମ୍ପାଦେଇପୁର ପିଇଓ ଗଣେଶ୍ୱର ସାହୁ, ବିଏଫଟି ସୋମନାଥ ମାଝୀ, ଏଡିଇଓ ମୀନକେତନ ଦଳେଇ, ଯୋଗାଣ ସହାୟକ ଗୁପ୍ତେଶ୍ୱର ପଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ୮୯ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।