Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ରେ ବୋମା ପକାଇ ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଆଉ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରିର ସମୀର ଦଳେଇ (୨୫) । ପୂର୍ବରୁ ପାଇକ ସାହିରେ ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସୋମବାର ସମୀରକୁ କୋର୍ଟ ଚାଲାଣ କରାଯାଇଥିବା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ଫେବୃଆରୀ ୭ ତାରିଖ ଦିନ ୬ ଜଣ ଯୁବକ ଚନ୍ଦ୍ରଗିରିରେ ବୋମା ଆତଙ୍କ ସୃଷ୍ଟି କରିବା ସହ କିଛି ଲୋକ ସହ ଗଣ୍ଡଗୋଳ କରିଥିଲେ। ୬ ଯୁବକଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଗିରିର ହୋଇଥିବା ବେଳେ ୫ ଜଣ ଆର. ଉଦୟଗିରିର। ଘଟଣା ପରେ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା I ଆଉ ଜଣେ ଅଭିଯୁକ୍ତ ସମୀର ଫେରାର ଥିଲା I ତାକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି।

More Stories