Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ: ମୁଖ୍ୟ ଆକର୍ଷଣ ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ପ୍ରଦର୍ଶନୀ ଫୁଟବଲ ମ୍ୟାଚ

କଳାହାଣ୍ଡି,୨୪/୦୭-କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସମେତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ବିବରଣୀ ପାଠ କରିବା ପରେ ସ୍ୱାଧୀନତା ଦିବସ ପାଳନ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍କୁଲ, କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ପୁରସ୍କାର ବିତରଣୀ ସହିତ ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଏଥର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ସୂଚନା ମିଳିଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶାସନ ସହିତ ଗଣମାଧ୍ୟମର ଭିନ୍ନମତ ରହିଥିବାବେଳେ ଗଣତନ୍ତ୍ରର ତୃତୀୟ ସ୍ତମ୍ଭ କାର୍ଯ୍ୟପାଳିକା ଓ ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଖେଳୁଆଡ଼ ମନୋଭାବ ନେଇ ପଡିଆକୁ ଓହ୍ଲାଇବା ଜିଲ୍ଲାରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ନେଇ ସାରା ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଉତ୍ସାହିତ ଅଛନ୍ତି।