Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲୁ ଟିକ୍‌ ଫେରିବା ଖୁସିରେ ମସ୍କଙ୍କ ପାଇଁ ଗୀତ ଗାଇଲେ ବିଗ୍‌ ବି

ଭୁବନେଶ୍ବର: ରାତି ଅଧରେ ଅନେକ ବଲିଉଡ୍‌ ସେଲିବ୍ରିଟି, ରାଜନେତାଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦିଆଯାଇଥିଲା। ଆଉ ଏହାକୁ ନେଇ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ସମସ୍ତଙ୍କ ଠାରୁ ଅଧିକ ବ୍ୟସ୍ତ ହୋଇଥିଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ତେବେ ବ୍ଲୁ ଟିକ୍‌ ପାଇବା ପରେ ସେ ଅଧିକ ଖୁସି ହୋଇଥିବା ଜଣାପଡ଼ିଛି। ଏମିତିକି ସେ ଖୁସି ହୋଇ ଏଲନ୍‌ ମସ୍କଙ୍କ ପାଇଁ ଗୀତ ଗାଇଥିବା ଦେଖିବାକୁ ମିଳିଛି।

ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସମେତ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ହରାଇଥିଲେ ବ୍ଲୁ ଟିକ ମାର୍କ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଥିଲେ। କମ୍ପାନୀ ପ୍ରଥମେ ଏପ୍ରିଲ ୧ରେ ଲିଗାସି ବ୍ଲୁ ଟିକକୁ ହଟାଇବା ପାଇଁ ଯୋଜନା କରିଥିଲା, କିନ୍ତୁ ଏହି ପରିବର୍ତ୍ତନ ବଛା ବଛା ଆକାଉଣ୍ଟରେ ଲାଗୁ ହୋଇଥିଲା। କିନ୍ତୁ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଟ୍ୱିଟର ସମସ୍ତ ଆକାଉଣ୍ଟରୁ ଲିଗାସି ଭେରିଫାଏଡ୍ ବ୍ଲୁ ଟିକ୍ ହଟାଇ ଦେଇଛି । ବର୍ତ୍ତମାନଠାରୁ, କେବଳ ପେଡ୍ ଟ୍ୱିଟର ବ୍ଲୁ ଭେରିଫିକେସନ୍ ସେବାରେ ସବସ୍କ୍ରାଇବ୍ ହୋଇଥିବା ଆକାଉଣ୍ଟରେ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମରେ ବ୍ଲୁ ଟିକ୍ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ