Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଟରେ ପଡ଼ିଛି ସ୍ତ୍ରୀ ମୃତଦେହ, ଛାତରେ ଝୁଲୁଛି ସ୍ବାମୀଙ୍କ ଶବ

କୋରାପୁଟ: କୋାରପୁଟ ସଦର ଥାନା ମାଲିଙ୍ଗଯୋଡ଼ି ଗାଁରେ ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଘର ଭିତରେ ଖଟ ଉପରେ ମହିଳାଙ୍କ ମୃତଦେହ ପଡ଼ିଥିବା ବେଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ସ୍ବାମୀଙ୍କ ଶବ ଜବତ କରାଯାଇଛି । ମୃତକ ହେଲେ ନରେଶ ନାୟକ ଏବଂ ତାଙ୍କ ପତ୍ନୀ ଭବାନୀ ନାୟକ । ସୂଚନା ଅନୁଯାୟୀ, ଗତବର୍ଷ ଜୁଲାଇରେ ଉଭୟଙ୍କର ବିବାହ ହୋଇଥିଲା ।

ଗତକାଲି ରାତିରେ ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ କାହିଁକି ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ପରିବାର ଲୋକଙ୍କୁ ପଚରାଉଚରା କରି ପୋଲିସ ତଦନ୍ତ କରୁଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ