Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ହକାଥନ୍ ପ୍ରତିଯୋଗିତା ଅନଷ୍ଠିତ

ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ୱଜI ଚୌଧୁରୀ)ଜିଲ୍ଲା ସ୍ତରୀୟ ହକାଥନ୍ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ମନୋନୀତ ହୋଇ ଆସିଥିବା ୨୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲା ଶିକ୍ଷଧିକାରୀ ଡ଼.ମାୟାଧର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଡ଼. ଗୁଣନିଧି ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହକାଥନ୍ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ। ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ଅମ୍ବିକା ଦେବୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମୋଲୁ ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ୟନିଭସିଟି ଅଫ୍ ଟେ୍ନୋଲୋଜି ଏଣ୍ଡ୍ ରିଚର୍ଚ୍ଚ ର ବିଚାରକ ମଣ୍ଡଳୀ ଦ୍ୱାରା ୩ ଟି ଶ୍ରେଷ୍ଠ ପ୍ରକଳ୍ପ କରାଯାଇଥିଲା । ସେହି ପ୍ରକଳ୍ପ ଗୁଡ଼ିକ ରାଜ୍ୟସ୍ତରୀୟ ହକାଥନ୍ ପ୍ରତିଯୋଗିତାରେ ସ୍ଥାନ ପାଇବ ବୋଲି ଜଣା ପଡିଛି। ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅମରେନ୍ଦ୍ର ବିଶ୍ଵାଳ ପ୍ରଥମ, ଆଲଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର କିଶାନ୍ କୁମାର ଦୋରା ଦ୍ଵିତୀୟ ସ୍ଥାନ,ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସମ ଦର୍ଶନି ପାଣଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆପରାହ୍ନ ରେ ଜିଲ୍ଲା ଶିକ୍ଷଧିକାରୀ ଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ଉତ୍ସଵ ଆୟୋଜିତ ହୋଇଥିଲା, ଏଥିରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ୟନିଭସିଟି ଅଫ୍ ଟେ୍ନୋଲୋଜି ଏଣ୍ଡ୍ ରିଚର୍ଚ୍ଚ ର ଛାତ୍ର ଅଭିଷେକ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ,ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା, ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପଥମ ପୁରସ୍କାର ୧୫ ହଜାର, ଦ୍ଵିତୀୟ ପୁରସ୍କାର ୧୦ ହଜାର ଓ ତୃତୀୟ ପୁରସ୍କାର ପାଞ୍ଚ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ନରେଶ ପଟ୍ଟାୟକ , ସୁନେଟ ବେହେରା, ଆଶିଷ କୁମାର ପ୍ରଧାନ, ନିବେଦିତା ମାଝୀ, ଏ.ମୁରିଲୀ କ୍ରିଷ୍ଣା, ଭି.କୁର୍ମନାଦସ, ଆଇ. ଭି ରାମାନା ପରିଚାଳନା କରିଥିବା ବେଳେ ଶ୍ରୀମତୀ ସୁଲତା ସୁଭଦର୍ଶିନି ସଂଯାଜନ କରିଥିବା ବେଳେ ସହକାରୀ ଶିକ୍ଷକ ଏନ୍. ଜଗଦୀଶ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ