Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦ ବର୍ଷରେ ପାଦ ଥାପିଲେ କ୍ରିକେଟର ମାଉଣ୍ଟ ଏଭରେଷ୍ଟ ସଚିନ

ଆଜି କ୍ରିକେଟର ମାଉଣ୍ଟ ଏଭରେଷ୍ଟ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ମାଷ୍ଟର ବ୍ଲାଷ୍ଟର ସଚିନ ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି। ସେ ଆଜି ତାଙ୍କ ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ତାଙ୍କ ଜନ୍ମ ଦିନରେ ବିଭିନ୍ନ ମହଲରୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ସଚିନ ତେନ୍ଦୁଲକରଙ୍କୁ ‘ଗଡ ଅଫ୍ କ୍ରିକେଟ୍’ ମଧ୍ୟ କୁହାଯାଏ।

ବୟସ ୫୦ ଛୁଇଁଥିଲେ ମଧ୍ୟ ବେଶ ଫିଟ୍‌ ଅଛନ୍ତି ସଚିନ। ସେ ଏବେବି ତାଙ୍କଠୁ କମ୍‌ ବୟସର ଖେଳାଳିଙ୍କୁ ଟକ୍କର ଦେଇପାରିବେ। ସଚିନ ଏବେ ବି କ୍ରିକେଟ୍ ପିଚ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଅନନ୍ୟ ଶୈଳୀ ତାଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିଥାଏ।

ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିବାରେ ସଫଳତା ହାସଲ କରିଛନ୍ତି। ଏହାସହିତ । ୧୦୦ ଆନ୍ତର୍ଜାତୀୟ ଶତକର ରେକର୍ଡ କରିଛନ୍ତି। କେବଳ ଏତିକି ନୁହେଁ ଦେଶର ସବୁଠାରୁ ସମ୍ମାନଜନକ ତଥା ସର୍ବୋଚ୍ଚ ନାଗରିକର ସମ୍ମାନ ‘ଭାରତ ରତ୍ନ’, ମଧ୍ୟ ସମ୍ମାନିତ ହୋଇଛି।

ସଚିନ୍ ତେନ୍ଦୁଲକରଙ୍କ ଉଚ୍ଚତା ୫ ଫୁଟ ୫ ଇଞ୍ଚ ଏବଂ ଓଜନ ପ୍ରାୟ ୬୦ କେଜି। ସଚିନ ଜାପାନିଜ, ଭାରତୀୟ, ମାଲେସିଆ ଏବଂ ଥାଇ ଖାଦ୍ୟକୁ ବେଶି ପସନ୍ଦ କରନ୍ତି। ‘ବଡା ପାଓ’ ମଧ୍ୟ ତାଙ୍କର ଆଉ ଏକ ପ୍ରିୟ ଖାଦ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ