Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସାଙ୍ଗିଆ ମାମଲା: ରାହୁଲ ଗାନ୍ଧୀଙ୍କୁ ପାଟନା ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ଵସ୍ତି

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାମଲାରେ ପାଟନା ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପାଟନାର ନିମ୍ନ ଅଦାଲତରେ ଏପ୍ରିଲ ୨୫ରେ ରାହୁଲଙ୍କୁ ହାଜର ହେବାକୁ ପଡିବ ନାହିଁ। ସୋମବାର ମାମଲାର ଶୁଣାଣି କରି ଏହା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ପାଟନା ହାଇକୋର୍ଟ।

ରାହୁଲ ଗାନ୍ଧୀଙ୍କ ମୋଦୀ ସାଙ୍ଗିଆ ଟିପ୍ପଣୀକୁ ନେଇ ସୁଶୀଲ ମୋଦୀ ପାଟନାରେ ମୋକଦ୍ଦମା ଦାୟର କରିଥିଲେ। ରାହୁଲଙ୍କୁ ବୁଧବାର ଅଦାଲତରେ ହାଜର ହେବାର ଥିଲା। ରାହୁଲଙ୍କ ଓକିଲ ଅଦାଲତରେ ହାଜର ହେବାକୁ ସମୟ ମାଗିଥିଲେ। ଏହା ଉପରେ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଓକିଲ ଅଂଶୁଲ କହିଛନ୍ତି, ପାଟନା ହାଇକୋର୍ଟ ପାଟନାର ଏମପି ଏମଏଲଏ କୋର୍ଟରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ଉପରେ ସଂପ୍ରତି ରୋକ୍ ଲଗାଇଛନ୍ତି। ତେଣୁ ଏପ୍ରିଲ ୨୫ରେ ପାଟନାର ନିମ୍ନ ଅଦାଲତରେ ରାହୁଲଙ୍କୁ ହାଜର ହେବାକୁ ପଡିବ ନାହିଁ। ଆମେ ଉଚ୍ଚ ନ୍ୟାୟାଳୟରେ ଜଣାଇଥିଲୁ ଯେ, ସୁରଟ କୋର୍ଟଙ୍କ ଏହି ମାମଲା ଉପରେ ନିଷ୍ପତ୍ତି ଆସି ସାରିଛି। ତେଣୁ ଏହି ମାମଲାରେ ନିମ୍ନ ଅଦାଲତର କାର୍ଯ୍ୟାନୁଷ୍ଠାନ ଉପରେ ବର୍ତ୍ତମାନ ରୋକ୍ ଲଗାଯାଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ