Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠା ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୧୯/୮(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ରାଣୀ ପେଣ୍ଠ ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ ଦୀପ, ଚନ୍ଦନ ଓ ପୁଷ ରେ ବନ୍ଦା ପନା କରାଯିବା ସହିତ ଉପଢୌକନ ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଇ ଥିଲା। ଏବଂ କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ର ଶୁଭ କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା। ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ, ସେମାନଙ୍କ ର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ। ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷୀ ନାୟକ କହିଥିଲେ ଯେ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଖୁସି ହେଲୁ। ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର କହିଥିଲେ ଯେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ତେଣୁ କୃଷି କ୍ଷେତ୍ର ରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ମନାଇଲୁ। ଆକାଂକ୍ଷା ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ କହିଥିଲେ ଯେ କୃଷକ ହେଉଛନ୍ତି ଏ ଦେଶ ର ପ୍ରକୃତ ବନ୍ଧୁ ଓ ଭାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବାସହିତ କିଛି ସମୟ କୃଷି କ୍ଷେତ୍ରରେ ବିତାଇ ଥିବାରୁ ଖୁସି ଲାଗିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସଦସ୍ୟ କବିତା ମଲ୍ଲିକ,କେ ପାର୍ବତୀ,କେ ସୁମିତ୍ରା ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ