ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ । ଦିଲ୍ଲୀ ଏମ୍ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ପତ୍ନୀଙ୍କ ପରଲୋକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ଜୁଏଲ ।
ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ ଜୁଏଲ୍ । ଏବେ ପୁଣି ଥରେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀ ଏମସର ଛାତି ରୋଗ ବିଭାଗରେ ଭର୍ତ୍ତି କରାଯାଇଛି ।
ଗତ ୩ ଦିନ ତଳେ ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଥିଲା । ଝିଙ୍ଗିଆ ଓରାମ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପତ୍ନୀଙ୍କ ଏପରି ଅଚାନକ ବିୟୋଗରେ ଜୁଏଲ ଦୁଃଖରେ ଭାଙ୍ଗି ପଡ଼ିବା ସହ ଚିନ୍ତାଗସ୍ତ ହୋଇପଡ଼ିଥିଲେ । ଏହାପରେ ହଠାତ୍ ସେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ ।