Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

କୋଚି: ଆଜିଠୁ ଆରମ୍ଭ ହେବ ଦେଶର ପ୍ରଥମ ୱାଟର ମେଟ୍ରୋ । କେରଳ କୋଚିରେ ଚାଲିବ ୱାଟର ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଲୋକାର୍ପଣ କରିବେ। ଏହି ୱାଟର ମେଟ୍ରୋରେ ବସି ଯାତ୍ରୀ ବାହାରର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ। ଏହି ପ୍ରକଳ୍ପ ମାଧ୍ୟମରେ ୧୦ ଟି ଛୋଟ ଦ୍ୱୀପକୁ ସଂଯୋଗ କରାଯିବ।

ଏହି ୱାଟର ମେଟ୍ରୋ ପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ଏହି ଓ୍ୱାଟର ମେଟ୍ରୋରେ ରହିଛି ସ୍ୱତନ୍ତ୍ର ଫିଚର୍ସ । ଏହାର ନିର୍ମାଣରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା ଲୋକଙ୍କୁ ନିରାପଦ, ସୁଲଭ ଏବଂ ପକେଟକୁ ସୁହାଇଲା ଭଳି ଯାତ୍ରା ଯୋଗାଇବା ସହ ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହେବା ନେଇ ଆଶା କରାଯାଉଛି।