Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳା ମୁନିସିପାଲିଟିକୁ ଉନ୍ନତ ଓ ବିକାଶମୁଖୀ ଭାବେ ଗଠନ କରାଯିବ…. ସ୍ୱାୟତ୍ତ ଶାସନ ଦିବସରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ

ପାରଳାଖେମୁଣ୍ଡି:୩୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2024 ଅବସରରେ ପାରଳାଖେମୁଣ୍ଡି ମୁନିସିପାଲିଟି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ଆଜି ସକାଳ ସମୟରେ ପାରଳାର ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସମେତ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ପରେ ପାରଳା ମୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷା ନିର୍ମଳା ସେଠୀ ଜାତୀୟ ପତାକା ଉତ୍ତୋଳନ କରି ତାଙ୍କ ସମୟରେ ଜନ ସାଧାରଣଙ୍କ ହିତ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ ପାରଳା ମୁନିସିପାଲିଟିକୁ ଏକ ବିକାଶମୁଖୀ ମୁନିସିପାଲିଟି ରୂପେ ଗଢି ତୋଳିବା ପାଇଁ ଆହୁରି ଅନେକ ଲୋକ ହିତକର କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନିଆଯାଇଛି ବୋଲି କହିଥିଲେ. ସକାଳ 9 ଘଣ୍ଟା ସମୟରେ ସ୍ଥାନୀୟ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟା ଯାଇଥିଲା. ଏହି କାର୍ଯ୍ୟକ୍ରମରେ ଉପାଧକ୍ଷ ଲେଙ୍କା ମଧୁ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଣ୍ଡା, ପାରଳା ମୁନିସିପାଲିଟିର ନିର୍ବାଚିତ ସଭ୍ୟ ଓ ସଭ୍ୟାମାନଙ୍କ ସହ ମୁନିସିପାଲିଟିର ସମସ୍ତ କର୍ମଚାରୀ ଏବଂ ପାରଳା ସହରର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ. ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ମୁନିସିପାଲିଟିର ସ୍ୱାୟତ୍ତ ଶାସନ ଦିବସ ଉଦ୍ଦେଶ୍ୟରେ ସାଧାରଣ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସ୍ଥିରିକୃତ ହୋଇଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ