Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ଭାଲିଆସହି ନିକଟସ୍ଥ ଜଙ୍ଗଲରୁ ବିପୁଳ ମଦ ଓ ପୋଚ ଜବତ, ପୋଚ ନଷ୍ଟ

ପାରଳାଖେମୁଣ୍ଡି:୩୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଥିବା ଆଲିଗଣ୍ଡା ଓ ଭାଲିଆସାହି ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଚାନକ ଚଡାଉ କରି ୧୯୦୦ଲିଟର ମହୁଲ ପୋଚ ସହ ୧୪୦ ଲିଟର ଚୋରା ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ l ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନୁଆସାହି ଗାଁର ଉଜ୍ବଳ ନାୟକ (୨୩) l ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ କମିଶନର ନରସିଂହ ଭୋଳ ଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ର ଜିଲ୍ଲାପାଳ ବିଜୟ କୁମାର ଦାସ,
ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାରଙ୍କ ସହ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିକିଟି ବ୍ଲକ ମଦ ମୃତ୍ୟୁ ପରେ ଅଚାନକ ଚଡାଉ କରିଥିଲା ଅବକାରୀ ବିଭାଗ l ଏହି ଚଢ଼ାଉ ପରେ ୧୪୦ ଲିଟର ମହୁଲି ମଦ ଓ ୧୯୦୦ ଲିଟର ପୋଚ ନଷ୍ଟ କରିଛନ୍ତି l ଅଭିଯୁକ୍ତ କୁ ଗିରଫ କରିବା ସହ ଚୋରା ମଦ ପ୍ରସ୍ତୁତି ଉପରେ ରୋକ ଲଗାଯାଉଥିବା ଦେଖିବାକୁ ମିଳୁଛି। ଏହିପରି ବିଭାଗ ବଣ ପାହାଡ ବୁଲି ଚୋରା ମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ନଷ୍ଟ କରୁଛନ୍ତି । ଆଗାମୀ ଦିନରେ ଏହିପରି ଯଦି ଅବକାରୀ ବିଭାଗ ପ୍ରସ୍ତୁତ ରହି ଚୋରା ମଦ ବିକ୍ରି ବନ୍ଦ କରିବ ତେବେ ବହୁ ଜୀବନ ବଞ୍ଚି ପାରିବ ବୋଲି ଆଲୋଚନା ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories