Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ; ସୁନାମି ଆଲର୍ଟ ଜାରି

ଜାକାର୍ତ୍ତା: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ। ପଶ୍ଚିମ ସୁମାତ୍ରା ଦ୍ବୀପର ରାଜଧାନୀରେ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏ ନେଇ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ମଙ୍ଗଳବାର ସତର୍କତା ଜାରି କରିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ରହିଥିବା ଜଣାପଡ଼ିଛି।

ସମୁଦ୍ରରେ ଭୟଙ୍କର ଭୂକମ୍ପ ଯୋଗୁ ସୁନାମି ଆଲର୍ଟ ଜାରି କରାଯାଇଛି। ଭୂପୃଷ୍ଠ ଠାରୁ ୮୪ କିମି ତଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିବାରୁ ସୁନାମି ଆଲର୍ଟ ଜାରି କରାଯାଇଛି । ସୁନାମି ୱାର୍ଣ୍ଣିଂ ଜାରି ହେବା ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମୁଦ୍ର ତଟ ଠାରୁ ଦୂରରେ ରହିବାକୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ୩୦ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂକମ୍ପଜନିତ କ୍ଷୟକ୍ଷତି ବାବଦରେ ସୂଚନା ମିଳିପାରିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ