Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଳା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ପଞ୍ଚାୟତର ସରପଞ୍ଚ ପଦବୀ ପୁନଃ ଫେରି ପାଇବା ପରେ ବିଜେଡି ଦଳର ଶକ୍ତ ପ୍ରଦର୍ଶନ ଓ ଶୋଭାଯାତ୍ରା.

ପାରଳାଖେମୁଣ୍ଡି:୩/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରପଞ୍ଚ ଏଡ଼େଙ୍ଗା ଶବର, କୋର୍ଟ ରେ ବିଜୟୀ ହୋଇ ପୁଣି ସରପଞ୍ଚ ପଦ ଫେରି ପାଇବା ପରେ ଏକ ବିରାଟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା. ସରପଞ୍ଚ ଏଡେଙ୍ଗା ଙ୍କୁ
ଶବରଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇ ଥିଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ବରିଷ୍ଠ ବିଜେଡ଼ି ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧକ୍ଷ ସୁନେମି ମଣ୍ଡଳ ସହ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ସୀତାପୁର ସରପଞ୍ଚ ତେଜେଶ୍ଵର ରାଓ, ଆଇନଜୀବି ପାଣ୍ଟାଲା ପ୍ରସାଦ ରାଓ ପୁର୍ବତନ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଭରତ ଭୂଷଣ ମହାନ୍ତି, ଏସ.ଗଜପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏସ.ବିର ରାଜୁ ସମେତ ଜିଲ୍ଳାର ବିଭିନ୍ନ ବ୍ଲକରୁ ଶତାଧିକ ବିଜେଡ଼ି ନେତା କର୍ମୀ ଆୟୋଜିତ ଏହି ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ଶୋଭାରେ ଉପସ୍ଥିତି ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ