Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ଼ ବ୍ଲକର ପର୍ଶୁରାମ ଗୁରୁକୁଳ କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ ବ୍ଲକ ସେବକପୂର୍ ଗ୍ରାମ ସ୍ଥିତ ପର୍ଶୁରାମ ଗୁରୁକୁଳ କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସ୍ବାକ୍ଷରିତା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ାୟଗଡ଼ ବ୍ଲକର ପର୍ଶୁରାମ ଗୁୁରୁକୁଳ କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ ।ଅନୁଷ୍ଠିତ ଏହି ସଚେତନା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗ ଦେଇ ବ୍ୟାଙ୍କର ଉତ୍ପାଦ ଓ ବିଭିନ୍ନ ସେବା ଉପରେ କହିବା ସହ ବ୍ୟାଙ୍କ୍ ରେ ଟଙ୍କା କେତେ ସୁରକ୍ଷିତ ଓ ବ୍ୟାଙ୍କର ବିମା , ଯୋଜନା , ବିଭିନ୍ନ ବିନିମୟ ବିଷୟ ଉପରେ ବୁଝାଇଥିଲେ ।ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ ।ସେହିଭଳି ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ୟାଙ୍କ ର ଉପଲବ୍ଧ ହେଉଥିବା ୧୨ ଗୋଟି ଉତ୍ପାଦ ଓ ସେବା ଗୁଡିକର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା ।ଏହି ଅବସରରେ ଅନୁଷ୍ଠିତ ବ୍ୟାଙ୍କ୍ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରା ଯାଇଥିଲା ।ଫୀନୋ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି ଆର୍ଥିକ ସାକ୍ଷରତା ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ମିତା ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ