Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ବ୍ଲକରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ତାଲିମ ପ୍ରଦାନ

ପାରଳାଖେମୁଣ୍ଡି;୩/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ସ୍ଥାନୀୟ ବୈଠକ ଗୃହରେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଅଧିକାରୀ, ଯୋଗାଣ ଅଧିକାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀଅଙ୍ଗନୱାଡ଼ି ସୂପରଭାଇଜର,ଏମବିକେ, ସିଆରପି ମାନଙ୍କୁ ସୁଭଦ୍ରା ଯୋଜନା କିପରି ସୁବିଧାରେ ପ୍ରତି ଘରେ ମହିଳା ମାନଙ୍କ ନିକଟରେ ପହଞ୍ଚିବ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ପ୍ରଦାନ ସମୟରେ ତହସିଲଦାର ସତ୍ୟବାନ ନାୟକ, ଶିଶୁ ବିକାଶ ଅଧିକାରିଣୀ ସବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ କର୍ମଚାରୀଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ବୁଝାଇଥିଲେ। ବିଭାଗର ସମସ୍ତ କର୍ମଚାରୀ ଘର କୁ ଘର ବୁଲି ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫର୍ମ ପୂରଣ କରି ବିଭାଗ ଠାରେ ସଠିକ୍ ଦାଖଲ କରିବା ନିମନ୍ତେ ଗୋଷ୍ଟି ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନା ରାଜ୍ୟ ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ଦ୍ଵାରା ଚଳିତ ବର୍ଷ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବିବେଚିତ ହେଉଥିବା ମହିଳା ଉପକୃତ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ