ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ରତନ ଟାଟା


ନୂଆଦିଲ୍ଲୀ: ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ। ଅଷ୍ଟ୍ରେଲିଆର ରାଜଦୂତ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରିଛନ୍ତି । ଭାରତ ସହ ଅଷ୍ଟ୍ରେଲିଆରେ ବି ରହିଛି ରତନ ଟାଟାଙ୍କ ଯୋଗଦାନ ଓ ସେ ଜଣେ ବିଶିଷ୍ଠ ଶିଳ୍ପପତି ବୋଲି ଅଷ୍ଟ୍ରେଲିଆର ରାଜଦୂତ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଭାରତରେ ରତନ ଟାଟା ବ୍ୟବସାୟୀକ ଶିଳ୍ପ ପରୋପକାର ପାଇଁ ବେଶ୍ ପରିଚିତ । ରତନ ଟାଟାଙ୍କର ଯୋଗଦାନର ପ୍ରଭାବ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଛି ।

ରତନ ଟାଟା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ସେ ବେଶ୍ ଖୁସି ଅଛନ୍ତି । ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ନିବେଶ ଏବଂ ସମାଜସେବା ପାଇଁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନଜନକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।