Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରେଢ଼ାପଦର ଗାଁରେ ଭାଲୁ କାମୁଡାରେ ଯୁବକ ଗୁରୁତର

କଳାହାଣ୍ଡି,୦୬/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ରେଞ୍ଜ ଅନ୍ତର୍ଗତ କଦମ୍ବଗୁଡ଼ା ପଞ୍ଚାୟତ ରେଢ଼ାପଦର ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲି ଭାଲୁ ଆତଙ୍କ। ଏହି ଗାଁର ଶଙ୍କର ଭୋଇ (୨୧) ନାମକ ଜଣେ ଯୁବକଙ୍କୁ ଦୁଇଟି ଜଙ୍ଗଲି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି। ପରିବାର ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ନର୍ଲା ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀମାନେ ପହଞ୍ଚିଛନ୍ତି।