Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ୨୧୦ କେଜି ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ ଜଣେ ଗିରଫ ଅଟୋ ଜବତ

ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ଼ ଥାନା ପୁଲିସ ପକ୍ଷରୁ ଶୁକ୍ରବାର ପେଟ୍ରୋଲିଂ କରାଯାଉଥିବା ସମୟରେ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାରାୟଣପୁର ଗ୍ରାମ ନିକଟରେ ଏକ ଅଟୋ ସହ ଗଞ୍ଜେଇ ଜବତ କରାଯାଇଛି. ଏଥିରେ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଣ୍ଡାହାତୀ ଗ୍ରାମର ଅଟୋ ଡ୍ରାଇଭର ଧୀରେନ୍ ଜେନା I ଏସମ୍ପର୍କରେ ମାମଲା ରୁଜୁ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରୀନା ରାଣୀ ସାହୁ କ‌ହିଛନ୍ତି I ସୂଚନା ଯୋଗ୍ୟ ଯେ, ରାମଗିରି ଠାରୁ ଲାଞ୍ଜିପଦର ଦେଇ ଆନ୍ଧ୍ର ପ୍ରଦେଶର ପଲାସାକୁ ଗଞ୍ଜେଇ ନେଇ ଏକ ଅଟୋ ଯାଉଥ‌ିବା ବେଳେ ରାୟଗଡ଼ ପୁଲିସ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନାରାୟଣପୁର ଗ୍ରାମ ନିକଟରେ ଧରିଥ୍‌ଲା I ସେଥ୍ରୁ ୨୧୦ କେଜି ଗଞ୍ଜେଇ ସହ ଏକ ଅଟୋକୁ ଜବତ କରିଛି ପୁଲିସ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ