ଡିଆରଏମଙ୍କ ଅମୃତଭାରତଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ, ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ଡି.ଆର.ଏମ


ପାରଳାଖେମୁଣ୍ଡି:୧୦/୯ (ଗରୁଡ଼ ଧ୍ୱଜ ଚୌଧୁରୀ)ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନ ର ନବୀକରଣ ତଥା ନୂତନ କୋଠା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ।ଏହି ନୂତନ ରେଳଷ୍ଟେସନ କୋଠାର ନିର୍ମାଣ କାର୍ଯ୍ୟ ତଦାରଖ ଓ ଅନୁଧ୍ୟାନ କରିବା ପାଇଁ ଆଜି ବିଶାଖାପାଟଣା ସ୍ଥିତ ଇଷ୍ଟ-କୋଷ୍ଟ ତଥା ପୂର୍ବତଟ ରେଳ ଡିଭିଜନର ଡିଆରଏମ: ଶ୍ରୀ ସୌରଭ ପ୍ରସାଦ ଏବଂ ତାଙ୍କ ସହ ବିଭାଗୀୟ ବରିଷ୍ଠ ବୈଷୟିକ ଅଧିକାରୀ ଦଳ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ପହଞ୍ଚି ଥିଲେ ।
ନୂତନ ରେଳ ଷ୍ଟେସନ କୋଠା ନିର୍ମାଣର ସମସ୍ତ ଅଞ୍ଚଳ ଓ କୋଠରୀ ସବୁ ବୁଲି ଦେଖିବା ସହ ପ୍ଲାଟଫର୍ମ , ଓଭର ବ୍ରିଜ ସମେତ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥାର ନିର୍ମାଣ ସବୁ କିପରି ଚାଲିଛି , ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରିଥିଲେ ।ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ନାଗରିକ ମାନେ ବିଭିନ୍ନ ଜରୁରୀ ସୁବିଧା ବ୍ୟବସ୍ଥା କରିବା ପାଇଁ ୯ ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ସେହି ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ:ପାରଳାଖେମୁଣ୍ଡି ରେଳଷ୍ଟେସନର ୨ ନ: ପ୍ଲାଟଫର୍ମର ଉନ୍ନତିକରଣ ସହ ଦ୍ଵିତୀୟ ଲୁପ ଲାଇନ ନିର୍ମାଣ ,ଓଭର ବ୍ରିଜ ତୁରନ୍ତ ନିର୍ମାଣ , ଗୁଣପୁର-ବିଶାଖାପାଟଣା ଟ୍ରେନକୁ ଗୁଣ୍ଟୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ସେହି ଟ୍ରେନରେ ଏ/ସି ବଗି ସଂଯୋଗୀ କରଣ ସହ ଗୁଣୁପୁର-ପୁରୀ ଟ୍ରେନରେ ଏକ ଏ/ସି ଚେୟାର ସଂଯୋଗୀକରଣ କରାଯିବା ପ୍ରଭୃତି ଦାବୀ ରହିଥିଲା ।ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ଡିଆରଏମ: ଶ୍ରୀ ସୌରଭ ପ୍ରସାଦ କହିଥିଲେ ଯେ , ନୌପଡ଼ା-ଗୁଣପୁର ରେଳ ସେକ୍ସନର ନିରାପତ୍ତା ଓ ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କରିବା ସହ ମୁଖ୍ୟତଃ ଏହା ମଧ୍ୟରେ ରହିଥିବା ପାରଳାଖେମୁଣ୍ଡି ରେଳ ଷ୍ଟେସନର ଯେଉଁ ନୂତନ କୋଠା ସହ ବିଭିନ୍ନ ସୁବିଧା ବ୍ୟବସ୍ଥାର ଉନ୍ନତିକରଣ ଚାଲିଛି , ତାର ନିରୀକ୍ଷଣ କରିବା ପାଇଁ ଆସିଛୁ ।ନୂତନ କୋଠା ନିର୍ମାଣ ସହ ବିଭିନ୍ନ ସୁବିଧାର ଉନ୍ନତିକରଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ପ୍ଲାଟଫର୍ମ ନିର୍ମାଣ କାର‌୍ୟ୍ୟ ସମ୍ପ୍ରସାରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ ହୋଇଥିବା ବେଳେ ଅତିରିକ୍ତ ପାର୍କିଂ ଏରିଆ ସହ ବ୍ୟବସାୟିକ ବ୍ୟବସ୍ଥାର ଉନ୍ନତି ପାଇଁ ମଧ୍ୟ ସ୍ଥାନ ନିରୂପଣ ହୋଇସାରିଛି କୋଚରେଷ୍ଟ୍ର ମଧ୍ୟ ଏଠାକୁ ଆସିବାର ଅଛି , ସେଥିପାଇଁ ଟେଣ୍ଡର ପ୍ରକ୍ରିୟା ଜାରୀ କରାଯାଇଛି । ପୂର୍ବରୁ ଏହି ରେଳ ଷ୍ଟେସନ ଏରିଆ ଛୋଟ ଥିବା ବେଳେ ବର୍ତ୍ତମାନ ଏହାକୁ ବହୁତ ବଢାଇ ଦିଆଯାଇଛି । ଏଥିସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ।ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର‌୍ୟ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି ଅନ୍ୟପକ୍ଷରେ ଜିଆରପି: ଓ ଆରପିଏଫ ବ୍ୟବସ୍ଥା ଦିଗରେ ଯେଉଁ ସବୁ ସୁବିଧା ହେବାକୁ ଅଛି , ତାହା ସମୀକ୍ଷା କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ପାରଳାଖେମୁଣ୍ଡି ଠାରୁ ଯେଉଁ ନୂତନ ଟ୍ରେନ ଚଳାଚଳ କରିବା ପାଇଁ ଦାବୀ ରହିଛି , ସେ ସବୁ ଦାବୀ ଆମକୁ ଆସିଛି , ସେହି ଦାବୀ ସବୁକୁ ଆମେ ରେଳବାଇ ମୁଖ୍ୟାଳୟ ତଥା ରେଳ ବୋର୍ଡ କୁ ପଠାଇ ଦେଇଛୁ । ସେ ଦିଗରେ କୌଣସି ନିଷ୍ପତ୍ତିର ଆଦେଶ ଆସିବା ମାତ୍ରେ ଆମେ ତୁରନ୍ତଆବଶ୍ୟକୀୟ ପଦକ୍ଷେପ ନେବୁ ବୋଲି ଡିଆରଏମ: ଶ୍ରୀ ସୌରଭ ପ୍ରସାଦ କହିଛନ୍ତି ।ଡ଼ିଆରଏମ: ଶ୍ରୀ ସୌରଭ ପ୍ରସାଦଙ୍କ ଏହି ପରିଦର୍ଶନ ବେଳେ ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେଏଡିଆରଏମଶ୍ରୀ ଏସ କେ: ଗୁପ୍ତା , ଡିଏମ-ୱେଷ୍ଟ ଶ୍ରୀ କେ: ଭି: ରାବଣା , ସିନିଅର ଡିଏସଟିଇ: ଶ୍ରୀ ଦିନେଶ ଶର୍ମା , ସିନିଅର ଡିସିଏମ: ଶ୍ରୀ ପୱାନ କୁମାର ଏବଂ ସିନିଅର ଡିଓଏମ: ଶ୍ରୀ ଅଭିନାଶ ଶର୍ମା ପ୍ରମୁଖଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଆସିଥିଲେ ।