Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମୁନିସିପାଲିଟିରେ ଜଳାଭାବର ଦୂରୀକରଣ ନେଇ ବିଧାନସଭାରେ ରୂପେଶଙ୍କ ପ୍ରଶ୍ନ ପ୍ରତିଶ୍ରୁତି

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ବହୁ ପୁରାତନ ପାରଳାଖେମୁଣ୍ଡି ମୁନିସିପାଲିଟିରେ ପାନୀୟ ଜଳର ଅଭାବ ଦୂରୀକରଣ ପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଧାନସଭାରେ ଦୃଷ୍ଟି ଆକାଶଣ କରି ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଛନ୍ତି. ଏନେଇ ନଗର ଉନ୍ନୟନ ମନ୍ତ୍ରୀ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିବା ମଧ୍ୟ ସୂଚନା ମିଳିଛି. ଅତି ପୁରାତନ ପାରଳା ସହରର ଇଫ୍‌ଲାଇନ୍ କୁହାଯାଉଥିବା ମହେନ୍ଦ୍ରତନୟା ନଦୀର ଜଳସ୍ତର ଖରାଦିନେ ହ୍ରାସ ପାଇବା ଫଳରେ ସହରକୁ ଜଳଯୋଗାଣ ପ୍ରଭାବିତ ହେଉଛି. ଏ ନେଇ ବିଧାନସଭାରେ ସରକାର ପଦକ୍ଷେପ ସଂପର୍କରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ. ଉତ୍ତର ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି. ପାରଳାଖେମୁଣ୍ଡି ସହର ସ‌ହରର ଜନସଂଖ୍ୟା ପ୍ରାୟ 55 ହଜାର ଏତେ ସଂଖ୍ୟକ ଜନସାଧାରଣଙ୍କ ପାଇଁ ପ୍ରତିଦିନ ୭.୧୫ ଏସ୍ଏଲ୍‌ଡି ଜଳର ଆବଶ୍ୟକତା ରହିଛି। ବର୍ତ୍ତମାନ ବିଭାଗ ପକ୍ଷରୁ ୮.୨୨ଏମ୍ଏଲ୍‌ଡି ଜଳ ଯୋଗାଣ ହେଉଛି, ଯାହାକି ଆବଶ୍ୟକ‌ତା ଠାରୁ ଅଧିକ. ହେଲେ ପ୍ରତେକ ବର୍ଷ ଏପ୍ରିଲ ଓ ମେ ମାସରେ ପ୍ରବଳ ଖରା ଯୋଗୁଁ ମହେନ୍ଦ୍ରତନୟା ନଦୀଶଯ୍ୟା ଶୁଷ୍କ ହୋଇ ଜଳଯୋଗାଣ ପ୍ରଭାବିତ ହୋଇଆସୁଛି. ଏଣୁ ଏହାର ସ୍ଥାୟୀ ସମାଧାନ କରାଯିବା ପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଧାନସଭାରେ ଦାବି କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ