Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀକୁ ଯାଉଥିବା ବେଳେ ଦୁଇ ମହିଳାଙ୍କୁ ଭାଲୁ କଲା ଆଟାକ୍

ନୂଆପଡ଼ା: ପୋଖରୀକୁ ଯାଉଥିଲେ ମହିଳା । ସେମାନଙ୍କୁ ଜଣା ନଥିଲା ଛକି ବସିଛି ଭାଲୁ । ପୋଖରୀ ହୁଡାରେ ମହିଳାଙ୍କୁ ଦେଖି କଲା ଆଟାକ୍ । ଫଳରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି । ଘଟଣା ଘଟିଚି ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ କୋଟ୍ରିବାହାଲ ଗାଁରେ ।

ମହିଳା ଦ୍ବୟ ଆଜି ସକାଳୁ ଚାଷ ଜମି ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚି ଯାଇଥିଲେ । ଫଳରେ ଭାଲୁଟି ଘଟଣା ସ୍ଥଳରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ କୋମନା ରେଞ୍ଜର ଟିମ୍ ସହ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ