Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଉ କେତେ ସମୟ ଲାଗିବ ବୁଲେଟ୍ ଟ୍ରେନର କାମ, କେବେ ଟ୍ରାକରେ ଦୌଡିବ ?

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଲ୍ କରିଡରର କାମ ଜୋରସୋରରେ ଚାଲିଛି। ଏହି ରୁଟରେ ଦୌଡିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ । ଅହମ୍ମଦାବାଦ ସାବରମତୀରେ ଏକ ମଲଟି ମୋଡେଲ୍ ଟ୍ରାନ୍ସପୋର୍ଟ ପ୍ରସ୍ତୁତ କରାଯାଉଛି। କରିଡରର କାମ ମଧ୍ୟ ବୁଲେଟ୍ ସ୍ପିଡରେ ଆଗେଇ ଚାଲିଛି। ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଲ୍ କରିଡରର ମୋଟ୍ ୫୦ କିଲୋମିଟର ନଦୀ ପୋଲ ଏବଂ ୧୮୦ କିଲୋମିଟରର ମୂଳଭିତ୍ତିଭୂମି କାମ ପୂରା ହୋଇ ସାରିଛି। ଯେଉଁ ଗତିରେ କାମ ଚାଲିଛି ଏଥିରୁ ଅନୁମାନ ଲଗାଯାଇ ପାରିବ ଯେ, ୨୦୨୬ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ ଚଳାଚଳ ସ୍ଵପ୍ନ ପୂରଣ ହେବ।

ଗୁଜରାଟର ୮ ଜିଲ୍ଲା ଏବଂ ଦାଦର ନଗର ହାବେଳୀ ଦେଇ ଗତି କରୁଥିବା ପୂରା ରେଲଓ୍ଵେ ଲାଇନର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବାପିରୁ ସାବରମତୀ ମଧ୍ୟରେ ୮ ହାଇସ୍ପିଡ ରେଲଓ୍ଵେ ଷ୍ଟେସନର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି। ସୁରଟରେ ୨୫୦ ମିଟର, ଆଣନ୍ଦରେ ୧୫୦ ମିଟର ଏବଂ ବେଲିମୋରାରେ ୫୦ ମିଟର ହାଇସ୍ପିଡ୍ ରେଲଓ୍ଵେ ଷ୍ଟେସନ ପ୍ରସ୍ତୁତ କରାଯାଉଛି। ରେଲଓ୍ଵେକୁ ସଂଯୋଗ କରୁଥିବା ୪୨୫ କିମିର ଲମ୍ବା ଏବଂ ଛୋଟ ସଡକର କାମ ପୂରା ହୋଇ ସାରିଛି। ତେଣୁ ଆଶା କରାଯାଉଛି ୨୦୨୬ ସୁଦ୍ଧା ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ ଦୌଡିବ।