Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ବହୁ ଚର୍ଚ୍ଚିତ କାଳୀଦାସ ପ୍ରଧାନ ହତ୍ୟା ମାମଲାରେଭାସ୍କରବିଶ୍ୱାଳକୁ ଆଜୀବନ ଦଣ୍ଡାଦେଶ

ପାରଳାଖେମୁଣ୍ଡି:୧୮/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବହୁଚର୍ଚ୍ଚିତ ଗୋଷାଣି ବ୍ଲକ ଯାଜପୁର ଗ୍ରାମର କାଳୀଦାସ ପ୍ରଧାନ ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଦଫା ୩୦୨ ଏବଂ ଦଫା ୨୦୧ରବିଚାରଣା କରି ଅଭିଯୁକ୍ତ ଭାସ୍କର ବିଶ୍ୱାଳ (୪୩) ଙ୍କୁ ଦଫା ୩୦୨ ପ୍ରକାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିନାମା କରିଛନ୍ତି। ଜରିମାନା ଆଦାୟ ନ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ଦଫା ୨୦୧ ପ୍ରକାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ବାବଦକୁ ୫ ହଜାର ଟଙ୍କା ପୈଠ କରିବାରେ ଖିଲାଫ କଲେ ୩ ମାସ ଅଧିକ ଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଭାସ୍କର ବିଶ୍ଵାଳଙ୍କ ଦୁଇଜଣ ସହଯୋଗୀ ପ୍ରଭାକର ପ୍ରଧାନ ଓ ଛବିଳ ସ୍ୱାଇଁ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି । ୧୧ ଜଣ ସାକ୍ଷୀ, ୧୯ ବିଭିନ୍ନ ଦସ୍ତାବିଜକୁ ତର୍ଜମା କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସାମଲ ଏହି ରାୟ ପ୍ରକାଶ କରିଥିଲେ. ଘଟଣାରୁ ପ୍ରକାଶ ଯେ ମୁଦାଲା ଭାସ୍କର ବିଶ୍ଵାଳ ଓ ମୃତ କାଳୀଦାସ ପ୍ରଧାନଙ୍କ ମଧ୍ୟରେ ଏକ ଗୁପ୍ତ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଥିଲା। କାଳୀଦାସ ପ୍ରଧାନଙ୍କୁ ମାରିବା ସକାଶେ ତାର ସହଯୋଗୀଙ୍କ ମାଧ୍ୟମରେ ଗତ ୨୦୨୦ ମସିହା ଜାନୁଆରୀ ୮ ତାରିଖ ଦିନ ରାତି ୧୦ ଘଣ୍ଟା ସମୟରେ ଘରୁ କୌଶଳ କ୍ରମେ ଡକାଇଥିଲେ। ପରବର୍ତ୍ତୀ ସମୟରେ କାଳୀଦାସଙ୍କୁ ମାରି ତାହାକୁ ଏକ ଦୁର୍ଘଟଣା ଜନିତ ଘଟଣା ରୂପ ଦେଇଥିଲେ ଆସାମୀ ଜଣକ ଚାଲାକି କରି ମୃତକଙ୍କ ବାପାଙ୍କୁ ନେଇ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦାଖଲ କରାଇଥିଲେ | ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କାଳୀଦାସଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସହଯୋଗୀଙ୍କ ସହାୟତାରେ ଦେଇଥିଲେ। ନେଇ ପୋଡି ଯାଜପୁର ଗ୍ରାମରେ କାଳୀଦାସଙ୍କ ମୃତଦେହ କାହିଁକି ଡାକ୍ତରଖାନାରୁ ସିଧାସଳଖ ମଶାଣିରେ ଦାହ କରାଗଲା ବୋଲି ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତେଜନା ପରେ ମୁଦାଲା ଭାସ୍କର ବିଶ୍ଵାଳ ଜାଣିପାରି ବିଶ୍ବସ୍ତ ଲୋକଙ୍କ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା ବେଳେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ମୃତକଙ୍କ ଭାଇ ରାଜା ପ୍ରଧାନଙ୍କ ଲିତ ଅଭିଯୋଗ ପରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ହତ୍ୟା ମାମଲାରେ ପରିବର୍ତ୍ତନ ହୋଇ ତିନି ଜଣଙ୍କ ନାମରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲେ. ହେଲେ ୩ ବର୍ଷ ୮ ମାସ ପରେ ଦୋଷୀକୁ କୋୖର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ