Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ରେଭେନ୍ୟୁକଲୋନୀ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପାରଳାଖେମୁଣ୍ଡି:୧୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରେଭେନ୍ୟୁ କଲୋନୀ ଠାରେ ଆଜି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ସମସ୍ତ କଲୋନୀ ବାସିନ୍ଦା ଉପସ୍ଥିତ ରହି ସାହିର ରାସ୍ତା ଘାଟ ପରିସ୍କାର ପରିଚ୍ଛନ୍ନ କରଯାଇଛି, ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନ ରେ ସମସ୍ତ ରେଭେନ୍ୟୁ କଲୋନୀ ଝାଡୁ କରିବା ସହ ସଫା କରଯାଇଥିଲା lଏହି ଅବସରରେ ମା ପାଇଁ ଗଛ ଟିଏ କର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟତହସିଲଦାର ଶ୍ରୀ ନାରାୟଣ ବେହେରା ପରିଚାଳନା କରିଥିବା ବେଳେ, ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହି, ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ
ଅତିରିକ୍ତ ତହସିଲଦାର ଶ୍ରୀ ବି.ଆଲିୟା ରେଡ୍ଡୀ ଓ ବନବିଭାଗ କର୍ମଚାରୀ, ମୁନିସିପାଲିଟିର ସ୍ଵଚ୍ଛ ସାଥୀ ଓ ସଫେଇ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ