ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ


ପାରଳାଖେମୁଣ୍ଡି:୨୦/୯(ଗରୁଡ ଧ୍ୱଜ ଚୌଧୁରୀ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ପ୍ରତ୍ୟେକ ତତ୍ତ୍ବାବଧାନ ରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼.ଗୁଣନିଧି ନାୟକ, ଉପଜିଲାପାଳ ଶ୍ରୀ ଅନୁପ ପଣ୍ଡା ଓ ସମସ୍ତ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ଅଫିସ ଗୁଡିକୁ ଝାଡୁ କରିବା ସହ ସଫl କରିଥିଲେ l ଏହି ଅବସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ସମେତ ଶ୍ରୀ ଶସାଙ୍କ ଶେଖର ଶତପଥୀ,ପ୍ରସାଦ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ଓ ମୁନିସିପାଲିଟି ର ସ୍ଵଚ୍ଛ ସାଥୀ, ସଫେଇ କର୍ମଚାରୀ ସହଯୋଗ କରିଥିଲେ l ଜିଲ୍ଲାପାଳ କର୍ମଚାରୀ ମାନଙ୍କ ନିଜ କାର୍ଯ୍ୟାଳୟ ପରିବେଶ ସ୍ଵଚ୍ଛ ଓ ନିର୍ମଳ ରହିବା ପାଇଁ ସଦାସର୍ବଦା ତତ୍ପର ରହିବା ସହିତ ଅନ୍ୟମାନଙ୍କୁ ଭି ପ୍ରେରଣା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଓ ଏ ଦିଗରେ ସମସ୍ତଙ୍କ ସହୋଯାଗ ନିଜ ନିଜ କାର୍ଯ୍ୟାଳୟ ପରିସ୍କାର କରିବା ପାଇଁ ଅନୁରୋଧ କରାଯାଇଛି l