Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲଭଦ୍ରା ଗ୍ରାମର ପ୍ରାଥମିକବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଶୁଭ ଦେଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ପଞ୍ଚାୟତ ର ଉଲାଭଦ୍ରା ଗ୍ରାମ ରେ ଥିବା ଉଲାଭଦ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ ଗୃହ ପ୍ରତିଷ୍ଠା ସହ ଆଉ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଶୁଭ ଦେଲେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ଏହି କାର୍ଯ୍ୟକ୍ରମ ରେ କାଶୀନଗର ବ୍ଲକ ଜିଲ୍ଲାପରିଷଦ ବାଲା ସାଇଆମ୍ମା, ସହ ସ୍ଥାନୀୟ ସରପଞ୍ଚ, ସମିତି ଉପସ୍ଥିତ ଥିଲେ l ପ୍ରଥମେ ଉଲଭଦ୍ରା ଗ୍ରାମ ବାସୀ ବିଧାୟକ ରୂପେଶ ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଙ୍କୁ ଗ୍ରାମବାସୀ ମାନେ ସ୍କୁଲ ପରିସର କୁ ପାଛୋଟି ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟଅଧିବାସୀମାନେ ବହୁ ମାତ୍ରାରେ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ