Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକଛେଳିଗଡ ଜଳପ୍ରକଳ୍ପ ବୁଡି ଅଞ୍ଚଳର ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳ ୧୫ ଦଫା ଦାବିପ୍ରତ୍ର ପ୍ରଦାନ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅନ୍ତର୍ଗତ ଆର. ଉଦୟଗିରି ବ୍ଳକ ଛେଳିଗଡ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘବର୍ଷ ବିତି ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ କେବେ ସମାପ୍ତି ହେବ କିଛି କହି ହେଉନି ଏହାକୁ ନେ଼ଇ ବୁଡି ଅଞ୍ଚଳର ବସ ବାସ କରୁଥିବା ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଛେଳିଗଡ଼ ପ୍ରୋଜେକ୍ଟ ଆରମ୍ଭ ବେଳର ବଜେଟ ଓ ବତ୍ତମାନର ବଜେଟ ଏହି ପ୍ରକଳ୍ପ କାର୍ଯ୍ୟକୁ ପ୍ରଭାବିତ କରୁଥିବା ବେଳେ ତା ସହିତ ବୁଡି ଅଞ୍ଚଳର ବିସ୍ଥାପିତଙ୍କୁ କ୍ଷତିପୂଣ୍ଣ ବାବଦକୁ ସହାୟତାରେ ପ୍ରଶାସନର ଅବହେଳା କରାଯାଉଥିବା ନେ଼ଇ ଅଭିଯୋଗ ମଧ୍ଯ ହେଉଛି। ଏପରି ଅନେକ ସମସ୍ୟା ଦେଖାଦେଇଥିବା ଦେଉଥିବା ଯୋଗୁ ଏଇ ପ୍ରକଳ୍ପ କାର୍ଯ୍ୟର ବିଳମ୍ବ ଘଟୁଥିବା ଜଣାପଡୁଛି । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏଭିତରେ ଅନେକଥର ବୁଡି ଅଞ୍ଚଳବାସୀ ରାସ୍ତାଘାଟ ରୋକ କରି ଧର୍ମଘଟ କରିସାରିଲେଣି । ପ୍ରଶାସନ ମଧ୍ୟ ଲୋକଙ୍କୁ ଅନେକ ଥର ବୁଝାସୁଝା କରି ଅନେକ ପ୍ରତିଶୃତି ଦେଇଥିଲେ । ହେଲେ ବିବାଦ ଥମିବାର ନା ନେଉନି । ତେଣୁ ବୁଡି ଅଞ୍ଚଳର ସଂଗ୍ରାମ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଗଣ ଛେଳିଗଡ ସରପଞ୍ଚଙ୍କ ସମେତ ଏ ସମସ୍ୟାର ସମାଧାନ ଲାଗି ପୁଣିଥରେ ୧୫ ଦଫା ଦାବିପ୍ରତ୍ର ଦେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଥିଲେ ଏଵଂ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ବିଜୟ କୁମାର ଦାସ ମଧ୍ୟ ବୁଡି ଅଞ୍ଚଳର କଣ ସମସ୍ୟା ରହିଛି ତାର ଅନୁଧ୍ୟାନ କରି ସମାଧାନ କରାଯିବ ବୋଲି ଆଶ୍ବସନା ଦେଇଥିବା ଜଣାପଡିଛି ଅପର ପକ୍ଷରେ ବୁଡିଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ ୧୫ ଦଫା ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଏ ପ୍ରକଳ୍ପ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ଯଦି ପ୍ରଶାସନ ଏହିକାର୍ଯ୍ୟକୁ ଜବରଦସ୍ତ କରିବାକୁ ଚେଷ୍ଟା କରିବେ ତେବେ କ୍ଷତିଗ୍ରସ୍ତ ଅଞ୍ଚଳ ବାସୀ ଓ ସଂଗ୍ରାମ ସମିତି କମିଟି ପକ୍ଷରୁ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ସେଥି ମଧ୍ୟରେ କିଛି ଅପ୍ରିତିକର ଘଟଣା ଘଟେ ତେବେ ସେଥିପାଇଁ ଜିଲ୍ଲା ପ୍ରଶାସନ, ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ଅଞ୍ଚଳର ସଂଗ୍ରାମ ସମିତି ସଭାପତି ଚୈତନ୍ୟ ଓ ଅନ୍ୟ ସଦସ୍ୟମାନେ ଚେତାବନୀ ଦେଇଛନ୍ତି

More Stories