Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଫାର୍ମାସିଷ୍ଟ ଦିବସ : ସମ୍ବର୍ଦ୍ଧିତ ହେଲେ ଫାର୍ମାସିଷ୍ଟ ରବୀନ୍ଦ୍ର ସାହୁ, ଟୁନା ପାଣିଗ୍ରାହୀ

କଳାହାଣ୍ଡି, ୨୫/୦୯- ଆଜି ହେଉଛି ବିଶ୍ୱ ଫାର୍ମାସିଷ୍ଟ ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼ ପଂଚାୟତ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଞ୍ଜିଗଡ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଟୁନା ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ପ୍ରେସ କ୍ଳବର ଉପଦେଷ୍ଟା କୈଳାସ ସାହୁ, ସଭାପତି ସୁଶୀଲ କୁମାର ବାଗ, ଉପସଭାପତି କ୍ଷମାନିଧି ମହାଖୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ରମେଶ କୁମାର ନାୟକ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ଉପଦେଷ୍ଟା ସନ୍ତୋଷ ତୁଳ, ସଭାପତି ନୀଲେଶ କୁମାର ନାଗ, କୋଷାଧ୍ୟକ୍ଷ ତୁଳସୀରାମ ପ୍ରଧାନୀ, ସଦସ୍ୟ ମନୋଜ ଦୋରା, ଯୁବ ସମାଜସେବୀ ସୌରଭ ପାତ୍ର, ନର୍ସିଂ ଅଫିସର ପ୍ରତୀକ୍ଷା ସାମନ୍ତରାୟ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପରମାନନ୍ଦ ସାହୁ, ସହକାରୀ ଶିକ୍ଷକ ସନ୍ଦିପ ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷକ ଗୌରଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପଣ୍ଡା, ଜଗନ୍ନାଥ ନାଏକ, ରଶ୍ମିତା ସାହୁ, ବିବେକାନନ୍ଦ ମହାପାତ୍ର, ଦୀପକ ଗହୀର, ଅଞ୍ଜଳି ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ସବିତା ଜଗତ, ଅରୁଣ ପଣ୍ଡା, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ତଥା ହସ୍ପିଟାଲ କର୍ମଚାରୀ ରମେଶ ପଧାନ, ଭୀଷ୍ମ ବାଗ, କୃଷ୍ଣଚନ୍ଦ୍ର ବାଗ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।