ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କ ସମେତ ପୌର ପରିଷଦର ସମସ୍ତ ଅଧିକାରୀ , ଇଞ୍ଜିନିୟର , କାଉନସିଲର , କର୍ମଚାରୀ , ସ୍ଵଚ୍ଛସାଥି ଏବଂ ସଫେଇ କର୍ମଚାରୀ ମାନେ ଏହି “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସ୍ୱଚ୍ଛତା ର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତେ ସାମିଲ ହୋଇ ନୂଆ ବସଷ୍ଟାଣ୍ଡ ପରିସର ସଫେଇ କରିଥିଲେ ।ବସଷ୍ଟାଣ୍ଡର ବିଭିନ୍ନ ଅଳିଆ ଅପରିଷ୍କାର ସ୍ଥାନ ସବୁ ଝାଡୁ ମାରି ସଫେଇ କରିବା ସହ ପରିସରରେ ଥିବା ସମସ୍ତ ମଇଳା , ଅଳିଆ ଆବର୍ଜନା ଓ ଅନାବନା ଗଛ ସବୁ ମିଳିତ ଭାବେ ସଫl କରିଥିଲେ lପରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଏବଂ ଅଧିକାରୀ ଶ୍ରୀମତୀ ଇଁ: ମଧୁସ୍ମିତା ଦାସ କହିଛନ୍ତି ଯେ , ସ୍ୱଚ୍ଛତା ହିଁ ସେବା ଏହା ମନୁଷ୍ୟର ପ୍ରକୃତି ହେବା ଉଚିତ , ଯାହାକି , ସ୍ୱଭାବରେ ହିଁ ସ୍ୱଚ୍ଛତା ଲକ୍ଷ୍ୟ କରା ଯାଇଥାଏ । ଏଥିରେ ମନୁଷ୍ୟର ପ୍ରକୃତି ଅନ୍ତର୍ଭୁକ୍ତ ହୋଇଗଲେ ପ୍ରତ୍ୟେକ ଲୋକ ନିଜ ଘରଠାରୁ ସ୍ୱଚ୍ଛତା ଆରମ୍ଭ କରିବେ ଏବଂ ଏହା ସମାଜ ସହିତ ଦେଶ ଓ ଜାତି ପାଇଁ ମଧ୍ୟ ସ୍ୱଚ୍ଛତା ରଖିପାରିବେ ।ଏ ଦିଗରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ନାଳରେ କେହି ମଇଳା ପକାନ୍ତୁ ନାହିଁ , ଏହା ହେଲେ ନାଳ ଜମିରହି ନାଳର ଆବର୍ଜନା ପାଣି ରାସ୍ତା ଉପରେ ଗଡିବ ଏବଂ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇ ଟା ଦ୍ଵାରା ରୋଗବ୍ୟାଧି ହେବା ସମ୍ଭାବନା ରହିବ । ତେଣୁ ଘର ବାଟକୁ ପୌର ପରିଷଦର ଆସୁଥିବା ସଫେଇ ଗାଡ଼ିରେ ଘରର ବାହାରୁଥିବା ମଇଳା ଓ ପରିବା ଚୋପା ସେହି ଗାଡ଼ିରେ ଭିନ୍ନ ଭିନ୍ନ ଭାବେ ପକାଇବେ । ପରିବେଶ ସ୍ଵଚ୍ଛ ଓ ନିର୍ମଳ ରହିବା ପାଇଁ ସଦାସର୍ବଦା ତତ୍ପର ରହିବା ସହିତ ଅନ୍ୟମାନଙ୍କୁ ଭି ପ୍ରେରଣା ଦେବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏ ଦିଗରେ ସମସ୍ତେ ସହଯୋଗ କରି ନିଜ ନିଜ ଘର ପରିବେଶ ପରିସ୍କାର କରିବା ପାଇଁ କହିଥିଲେ l