Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କ ଦିନିକିଆ ଧର୍ମଘଟ : ଗ୍ରାହକ ସେବା ବାଧାପ୍ରାପ୍ତ

କଳାହାଣ୍ଡି, ୨୭/୦୯- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସମେତ ଜିଲ୍ଲାର ପ୍ରମୁଖ ସହରରେ ଥିବା ୟୁନିୟନ ବ୍ୟାଙ୍କ ଶାଖା କର୍ମଚାରୀଙ୍କ ଦିନିକିଆ ଧର୍ମଘଟ ଫଳରେ ଆଜି ବ୍ୟାଙ୍କ କାର୍ଯ୍ୟ ଠପ୍ ହୋଇ ପଡିଥିଲା। ଦୂର ଦୂରଦୂରାନ୍ତରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ନିରାଶରେ ଘରକୁ ଫେରି ଯାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ମଧ୍ୟରେ ଯଥା:- ଦୀର୍ଘ ବର୍ଷ ହେବ କ୍ଲରିକାଲ ଚୟନ ପରୀକ୍ଷା ବନ୍ଦ ରହିଥିବା ଯୋଗୁଁ ଆବଶ୍ୟକ ମୁତାବକ କିରାଣୀଙ୍କ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ବ୍ୟାଙ୍କ ଅସମର୍ଥ ହେଉଛି। ସେହିପରି ବର୍ଷସାରା ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ମଧ୍ୟ ଦାବି ହୋଇଆସୁଛି। ସରକାରଙ୍କ ଆଉଟ୍ ସୋର୍ସିଂ ନୀତି ଫଳରେ ଅସ୍ଥାୟୀ କର୍ମଚାରୀମାନେ ନିଜର ସାମାଜିକ ସୁରକ୍ଷାକୁ ନେଇ ଦ୍ଵନ୍ଦରେ ରହିଛନ୍ତି। ଚାକିରୀର ସ୍ଥାୟୀତ୍ବକୁ ନେଇ ମାନସିକ ଚାପ ଗ୍ରସ୍ତ ହେବା ଯୋଗୁଁ କାର୍ଯ୍ୟରେ ମନ୍ଥରତା ଦେଖା ଯାଉଥିବା ମନେ ହୁଏ।‌ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।