ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ । ୫ ଶ୍ରମିକ ଗୁରୁତର ଆହତ । ଘଟଣା ଆଜି ସକାଳେ ଘଟିଛି । ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ଏହି ବିସ୍ଫୋରଣ ହୋଇଛି । ସକାଳ ପ୍ରାୟ ସାଢେ ୯ଟା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି ।