Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଷିଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ୨୦୨୪ ଆୟୋଜିତ

କଳାହାଣ୍ଡି, ୨୯/୦୯- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିଷିଗାଁ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ରିଷିଗାଁ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟକୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଏ.ବି.ଇ.ଓ. ହୃଷିକେଶ ନାଏକ, ସମ୍ମାନିତ ଅତିଥି ରିଷିଗାଁ ସରପଞ୍ଚ ବିନୋଦିନି ବେହେରା, ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି, ବରିଷ୍ଠ ଶିକ୍ଷୟତ୍ରୀ ସୁଭାସିନୀ ପାଣିଗ୍ରାହୀ, ବିଷ୍ଣୁପ୍ରିୟା ପ୍ରଧାନ ପ୍ରମୁଖ ମଞ୍ଚସୀନ ହୋଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ପରେପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତାରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ , ବିଆରସିସି ଜୟ କୁମାର ମାଝୀ, ପ୍ରଧାନ ଶିକ୍ଷକ ଶ୍ରୀନିବାସ ସେନାପତି, ଅନିତା ମହାନ୍ତି, ସି.ଆର. ସି.ସି. ବୈକୁଣ୍ଠ ବେମାଲ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଦଳଗତ ନୃତ୍ୟ ପ୍ରତିଯୋଗିତା ଶହଶହ ଲୋକଙ୍କ ଭିଡ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲା।